କଂଗ୍ରେସରୁ ଇସ୍ତଫା ଦେଲେ ବାପି ସର୍ଖେଲ

 ଜଗତସିଂହପୁର: କଂଗ୍ରେସରୁ ଇସ୍ତଫା ଦେଲେ ବାପି ସର୍ଖେଲ । ପିସିସି ସଭାପତିଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଛନ୍ତି ବାପି । କିଛି ଦିନ ତଳେ ବାପିଙ୍କ ପତ୍ନୀ ମନିଦୀପା ବିଜେଡିରେ ମିଶିଥିଲେ । 



ବନ୍ଦର ନଗରୀ ପାରାଦୀପରେ କଡ ଲେଉଟାଉଛି ରାଜନୀତି । ଗତକାଲି ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଜଗତସିଂହପୁର ଓ ତିର୍ତ୍ତୋଲ ବିଧାନସଭା ପ୍ରାର୍ଥୀ ନାମ ଘୋଷଣା କରାଯାଇଛି । 

ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ଦଳ ପୁଣି ଥରେ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଉପରେ ଭରସା କରି ଟିକେଟ୍ ଦେଇଛି । ସେହିପରି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ଟିକେଟ ନଦେଇ ସେହି ଆସନରୁ ରମାକାନ୍ତ ଭୋଇଙ୍କୁ ଦଳ ସୁଯୋଗ ଦେଇଛି । 

ସେପଟେ ବାଲିକୁଦା-ଏରସମା ଓ ପାରାଦୀପ ଆସନକୁ କିନ୍ତୁ ପୁଣି ଝୁଲାଇ ରଖିଛି ବିଜେଡି ।  ସେପଟେ ଦଳ କାହାକୁ ଟିକେଟ୍ ଦେଉଛି ଦେଖିବାକୁ ବାକି ରହିଲା । 

ଆହୁରି ପଢନ୍ତୁ ଓଡିଶା ଖବର...

Post a Comment (0)
Previous Post Next Post