ଭୁବନେଶ୍ୱର: ଉତ୍କଳ ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ସମସ୍ତ ଭାଇ ଭଉଣୀ ତଥା ବିଶ୍ୱର କୋଣ ଅନୁକୋଣରେ ବସବାସ କରୁଥିବା ପ୍ରତ୍ୟେକ ଓଡ଼ିଆଙ୍କୁ 'ଉତ୍କଳ ଦିବସ'ର ହାର୍ଦ୍ଦିକ ଶୁଭକାମନା ।
ଆଜିର ଅବସରରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମହାନ ସଂଗ୍ରାମୀଙ୍କୁ ପ୍ରଣାମ ଜଣାଉଛି । ଏହି ବିଶେଷ ଦିନ ଆମର ସଂସ୍କୃତି, ପରମ୍ପରା ଏବଂ ଐତିହ୍ୟକୁ ପାଳନ କରିବାର ମହାନ ଅବସର । ଆସନ୍ତୁ, ଆମେ ସମସ୍ତେ ଓଡ଼ିଶାର ଅସ୍ମିତା ଓ ସ୍ଵାଭିମାନକୁ ସୁରକ୍ଷିତ ରଖିବା ସହ ଆମ ସଂସ୍କୃତିକୁ ଆଗକୁ ନେବା ପାଇଁ ସଂକଳ୍ପ ନେବା ଏବଂ ବିକଶିତ ଓଡ଼ିଶା ଗଠନ ପାଇଁ ସାମୂହିକ ଉଦ୍ୟମ କରିବା ପାଇଁ ଶପଥ ନେବା ବୋଲି କହିଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଏକ୍ସ ପ୍ଲାଟଫର୍ମରେ ଟୁଇଟ ଏବଂ ଭିଡିଓ ଯୋଗେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।