ପୁରୀ: ଏପ୍ରିଲ 1 ତାରିଖ ଓଡ଼ିଶା ଦିବସ ତଥା ଉତ୍କଳ ଦିବସ । ଏହି ଅବସରରେ ବାଲୁକାକଳାରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନୀଳାଦ୍ରି ବିଚ୍ ରେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ଏହି ଶୁଭେଚ୍ଛା ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ ।
କେଡେ ସୁନ୍ଦର ରାଇଜ ମୋର,କେଡେ ମିଠା ମୋ ଭାଷା...ଓଡିଶା...ମୋ ଓଡିଶା...
ବାଲୁକା ଚିତ୍ରକଳାରେ ଓଡ଼ିଶାର ମାନଚିତ୍ର ସହ ଓଡ଼ିଶାର ପ୍ରସିଦ୍ଧ ମନ୍ଦିର, ଐତିହ ସ୍ଥଳୀକୁ ସ୍ଥାନ ଦେଇଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଯାହାକି ବେଶ୍ ସୁନ୍ଦର୍ ହୋଇଛି । ଏହି ବାଲୁକା ଚିତ୍ରକଳା ମାଧ୍ୟମରେ ସୁଦର୍ଶନ ଓଡ଼ିଶାବାସୀଙ୍କ ସଫଳତା, ସମୃଦ୍ଧି କାମନା କରିଛନ୍ତି। ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ସୁଦର୍ଶନଙ୍କ ଏହି ଆକର୍ଷଣୀୟ ବାଲୁକାକଳାକୁ ଦେଖିବାକୁ ପ୍ରବଳ ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଥିଲା ।
'ପ୍ରତ୍ୟେକ ଓଡ଼ିଆ ଭାଇ ଭଉଣୀମାନଙ୍କୁ 'ଉତ୍କଳ ଦିବସ’ର ଅଭିନନ୍ଦନ'