ଗାଁ ଗାଁରେ ଚାଲିଛି ରାମଲୀଳା, ୧୪ ଗୋଟି ମୁଖ୍ୟ କାହାଣୀକୁ ନେଇ ନାଟକ ପରିବେଷଣ

 ଅର୍ଗସ ବ୍ୟୁରୋ: ହାତରେ ଧନୁତୀର,ପିଠିରେ ତୃଣୀର ଆଉ ଦେହରେ ଗୌରିକ ବସ୍ତ୍ର ପରିଧାନ କରି ବନବାସରେ ବାହାରିଛନ୍ତି ପ୍ରଭୁ ରାମଚନ୍ଦ୍ର । ସାଙ୍ଗରେ ଅଛନ୍ତି ଅନୁଜ ଲଷ୍ମଣ ଓ ମାତା ସୀତା । ଖାଲି ପାଦରେ ଘଂଚ ଜଙ୍ଗଲରେ ବୁଲୁଛନ୍ତି ଏମାନେ । ପିତା ଦଶରଥଙ୍କ ଆଦେଶକୁ ପାଳନ ପୁର୍ବକ ଏବେ ବନବାସରେ ଅଛନ୍ତି ଅଯୋଧ୍ୟାପତି। ଆଉ ଜଙ୍ଗଲରେ ବୁଲୁବୁଲୁ ଯେଉଁ ଗାଁରେ ପହଂଚୁଛନ୍ତି ସେଇଠି ପୁଣି ଗ୍ରାମବାସୀମାନେ ଭବ୍ୟ ସ୍ୱାଗତ ସହ ଫଳ ମୂଳ ଆହର କରିବାକୁ ଦେଉଛନ୍ତି । ଏହା ପୁରାଣର କାହଣୀ ହୋଇଥିଲେବି ଏବେ ସତ ସତିକା ବନବାସର ଚିତ୍ର ଦେଖିବାକୁ ମିଳୁଛି। ବୌଦ୍ଧ ଜିଲ୍ଲା ତାଳପଦର ଗାଁର ।



ତାଳପଦର ମାହେଶ୍ୱରୀ ନାଟ୍ୟ ସଂସଦ ପକ୍ଷରୁ ଚାଲିଥିବା ରାମଲୀଳା ନାଟକ ଚଳିତ ବର୍ଷ ୪୨ ବର୍ଷରେ ପହଂଚିଛି । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଗାଁରେ ଧୁମ ଧାମରେ ଆୟୋଜିତ ହେଉଛି ରାମଲୀଳା । ନିୟମ ଅନୁସାରେ ପ୍ରତି ୧୪ ବର୍ଷ ବ୍ୟବଧାନରେ ନାଟକ ମଂଚ ଛାଡି କଳାକାରମାନେ ଜଂଗଲକୁ ବନବାସ ଯିବାର ପରମ୍ପରା ରହିଛି । ରିତି ଅନୁସାରେ ଚଳିତ ବର୍ଷ ନାଟକର ୧୪ ବର୍ଷ ଥିବାରୁ ଏବେ ବନ ବାସରେ ଅଛନ୍ତି ରାମଚନ୍ଦ୍ର,ଲକ୍ଷ୍ମଣ ଓ ମାତା ସୀତା । ଆଉ ଏହି ସତ ସତିକା ବନବାସର ଦୃଶ୍ୟକୁ ଉପଭୋଗ କରୁଛନ୍ତି ସ୍ଥାନୀୟ ଲୋକେ ।

ଯୁଗ ବଦଳିଛି ଲୋକେ ଡିଜିଟାଲ ଦୁନିଆରେ ପାଦ ଥାପିଛନ୍ତି। ହେଲେ ଆଜିବି ଗ୍ରାମାଂଚଳରେ ରିତିନିତିରେ ଅଧ୍ୟାତ୍ମିକ ପରିବେଶ ଭିତରେ ଅନୁଷ୍ଠିତ ହୋଇଆସୁଛି ରାମଲୀଳା ନାଟକ । ଏହା ଗାଁରେ ଭାଇଚାରା ଓ ଧର୍ମୀୟ ଭାବନା ସୃଷ୍ଟି କରିବାରେ ସହାୟକ ହେବ ନିଶ୍ଚୟ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post