01. ଆଜି ଆସିପାରେ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା । ଗତକାଲି ତୋମାର କହିଥିଲେ ଦିନେ କି ଦୁଇଦିନରେ ଘୋଷଣା ହେବ ପ୍ରାର୍ଥୀଙ୍କ ନାଁ
02. ନିର୍ବାଚନ ପୂର୍ବରୁ ଆରମ୍ଭ ହେଲା ଦଳଡିଆଁ ପର୍ବ । ହାତ ଛାଡି ଶଙ୍ଖ ଫୁଙ୍କିଲେ ଚିରଞ୍ଜୀବ, ଏପଟେ ବିଜେପି ଛାଡି ବିଜେଡି ଗଲେ ନୀଳଗିରି ବିଧାୟକ
03. ଭାରତ ରତ୍ନରେ ସମ୍ମାନିତ ହେଲେ ଲାଲକୃଷ୍ଣ ଆଡଭାନୀ । ଭେଟେରାନ୍ ବିଜେପି ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଆଡଭାନୀ । ଭାରତ ରତ୍ନ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
04. ଜନ୍ମଦିନ କେକ୍ ନେଲା ଜୀବନ ! ଅନଲାଇନରେ ମଗାଇଥିବା ଜନ୍ମଦିନ କେକ୍ ଖାଇ ନାବାଳିକା ମୃତ, ୧୦ ବର୍ଷୀୟ ନାବାଳିକା ମୃତ ଓ ସାନ ଭଉଣୀ ଗୁରୁତର ଅସୁସ୍ଥ
05. ଥାନାରେ ଛିଡ଼ା ହୋଇଛି ମଣିଷମରା ମର୍ସିଡିଜ୍ କାର୍ । ସହିଦ୍ ନଗର ଥାନାରେ ଅଟକ ରହିଛି କୋଟିପତି ବାବୁଙ୍କର ମଣିଷମରା ମର୍ସିଡିଜ୍ କାର୍ । ଦେଢକୋଟି ଟଙ୍କାର ଏହି ଦାମୀ ଗାଡ଼ି ତଳେ ଯାଇଛି ଜଣେ ଗରିବ ଲୋକର ଜୀବନ
06. ନୂଆପଡାରେ ତାଣ୍ଡବ କଲା କାଳବୈଶାଖୀ । ଆଇଲା...ଭାଙ୍ଗିଲା...ଉଡେଇଲା....ବର୍ଷା ଆଣିଲା ଦୁର୍ଦ୍ଦଶା
07. ଓଡ଼ିଶା ଫେରି BJD ଉପରେ ବର୍ଷିଲେ ଭର୍ତ୍ତୃହରି ମହତାବ; କହିଲେ, ‘ଦୁର୍ଗ ଭାଙ୍ଗିବାରେ ଲାଗିଛି’
08. ନିର୍ବାଚନ ପରିଚାଳନା ପାଇଁ BJPର ନିର୍ବାଚନ ପରିଚାଳନା ସମିତି କାର୍ଯ୍ୟାଳୟ ଉଦଘାଟିତ, ଉଦଘାଟନ କଲେ ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ
09. ଆଗାମୀ_୩_ଘଣ୍ଟା_ପାଇଁ_୧୧_ଜିଲ୍ଲାକୁ_ସତର୍କତା । ଘଡ଼ଘଡ଼ି ବିଜୁଳି ସହ ବର୍ଷା ପାଇଁ ସତର୍କତା....ବଲାଙ୍ଗିର, କନ୍ଧମାଳ, ବୌଦ୍ଧ, କେନ୍ଦୁଝର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ବର, ଯାଜପୁର, ଖୋର୍ଦ୍ଧା, କଟକ ଓ ପୁରୀ ପାଇଁ ସତର୍କତା
10. ଦୁଇ ଦିନ ପରେ ଫେରିବ ତାତି । ଆଗାମୀ ୨୪ ଘଣ୍ଟାରେ ଦିନ ତାପମାତ୍ରା ହ୍ରାସ ସମ୍ଭାବନା, ଅନେକ ସ୍ଥାନରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ