ଡି ଓ ଡି କାର୍ଯ୍ୟକ୍ରମର ମେଗା ଫାଇନାଲ ଶୋ' ଶେଷ ପର୍ଯ୍ୟାୟରେ

 ଅର୍ଗସ ବ୍ୟୁରୋ:  ଜୀ-ସାର୍ଥକ ସବୁବେଳେ ନୂଆ ନୂଆ ପ୍ରକାରରେ ରିୟାଲିଟି ଶୋ ମାଧ୍ୟମରେ ଓଡ଼ିଶାର ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି । ପାରିବାରିକ ମେଗା ଧାରାବାହିକ ହେଉ କି ରିଆଲିଟି ଶୋ , ସବୁବେଳେ ଜୀ-ସାର୍ଥକ ଆଗରେ ରହିଛି l ଏଥର ମଧ୍ୟ କିଛି ନୂଆ କରିବା ଲକ୍ଷ୍ୟରେ ଦର୍ଶକଙ୍କର ଢେର ଭଲ ପାଇବା ସାଉଁଟିଥିବା ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ, ଡବଲ୍ସ୍ ଲିଗ୍’, ରୋମାଞ୍ଚକର ରିଆଲିଟି ଡ୍ୟାନ୍ସ ଶୋ' ଗ୍ରାଣ୍ଡ ଫିନାଲେ ପର୍ଯ୍ୟାୟରେ ପହଞ୍ଚିଛି। 



ଏହି ରୋମାଞ୍ଚକର ପ୍ରତିଯୋଗିତାରେ କଳାକାର ମାନଙ୍କୁ ଏବଂ ସେମାନଙ୍କର ପ୍ରଦର୍ଶନକୁ ଦର୍ଶକ ଯେଉଁ ଭଲପାଇବା ଦେଇଛନ୍ତି, ଆଜି ଡ୍ୟାନ୍ସ ଓଡିଶା ଡ୍ୟାନ୍ସ ୧ ନମ୍ବର ରିୟାଲିଟି ଶୋ ହୋଇପାରିଛି। ଜୀ-ସାର୍ଥକର ବିଭିନ୍ନ ମେଗା ଧାରାବାହିକରୁ ଲୋକପ୍ରିୟ ସେଲିବ୍ରିଟି ୧୨ଟି ଯୋଡି ପ୍ରତି ସପ୍ତାହରେ ବିଭିନ୍ନ ନୃତ୍ୟ ଓ ମନୋରଞ୍ଜନ ପୂର୍ଣ୍ଣ ଖେଳ ମାଧ୍ୟମରେ ପରସ୍ପର ପ୍ରତିଦ୍ୱନ୍ଦ୍ୱିତା କରିଆସୁଛନ୍ତି l 

ସୁଜିତ ଓ ଚାନ୍ଦିନୀଙ୍କ ସଂଯୋଜନାରେ ପ୍ରସାରିତ ହେଉଥିବା ଏହି ଡ୍ୟାନ୍ସ ଲିଗରେ ଅଭିନେତା ଦେବାଶିଷ ପାତ୍ର ଏବଂ ଡ୍ୟାନ୍ସର ହରିହର ଦାଶ ଜୁରୀର ଆସନ ଅଳଙ୍କୃତ କରିଥିଲେ । କେବଳ ନୃତ୍ୟ ନୁହେଁ ବରଂ ବିଭିନ୍ନ ମନୋରଞ୍ଜନ ପୂର୍ଣ୍ଣ ଖେଳ ମଧ୍ୟ ଏହି ପ୍ରତିଯୋଗିତାର ଆକର୍ଷଣ ହୋଇଛି।
ନିଜ ଭିତରେ ପ୍ରତିଯୋଗୀ ମନୋଭାବ ନେଇ ନୃତ୍ୟ ପ୍ରଦର୍ଶନରେ କାହାଠାରୁ କେହି କମ ନୁହଁନ୍ତି ତାହା ସେମାନେ ପ୍ରତିପାଦିତ କରିବା ପାଇଁ ଏହି ରିୟାଲିଟି ଶୋ'ରେ ଚେଷ୍ଟା କରିଛନ୍ତି ବୋଲି ଜୀ ସାର୍ଥକ ଚିଫ ଚ୍ୟାନେଲ୍‌ ଅଫିସର ପ୍ରତୀକ ସିଲ ଓ ଚିଫ ଚ୍ୟାନେଲ୍‌ କ୍ଲଷ୍ଟର ଶ୍ରୀ ସମ୍ରାଟ ଘୋଷ କହିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Post a Comment (0)
Previous Post Next Post