କୁଚିଣ୍ଡା ବିଜେଡି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆଙ୍କୁ ବିରୋଧ

 ସମ୍ବଲପୁର:  କୁଚିଣ୍ଡା ବିଜେଡି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆଙ୍କୁ ବିରୋଧ । ବିରୋଧ କରିଛନ୍ତି ଖୋଦ୍ କୁଚିଣ୍ଡା ବିଜେଡି କର୍ମୀ । ଦଳ ଭିତରେ ଚାଲିଛି ଗୋଷ୍ଠୀ କନ୍ଦଳ । ଆମଦାନୀ ନେତାଙ୍କୁ ଭରସା କରୁଛି ବିଜୁ ଜନତା ଦଳ । ବିଜେଡ଼ି କର୍ମୀ ହେଉଛନ୍ତି ନିରାଶ । ଟିକେଟ ବଣ୍ଟନକୁ ନେଇ ଦେଖିବାକୁ ମିଳିଛି କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ଏଭଳି ବିରୋଧ । ରାଜେନ୍ଦ୍ର ଛତ୍ରିଆ ଗୋ ବ୍ୟାକ ନାରା ଦେଇ ବିରୋଧ କରିଥିଲେ କର୍ମୀ ।



ଗତକାଲି ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କୁ କୁଚିଣ୍ଡାର ବିଜେଡି କର୍ମୀ ବିରୋଧ କରିଥିବା ବେଳେ ବିଧାୟକ କିଶୋର ନାୟକଙ୍କ ବଦଳରେ କଂଗ୍ରେସ ଛାଡ଼ି କିଛିଦିନ ତଳେ ଦଳରେ ସାମିଲ ହୋଇଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆଙ୍କୁ ବିଜେଡି ପ୍ରାର୍ଥୀ ଦେଇଥିଲା । ଯାହାକୁ ତୀବ୍ର ବିରୋଧ କରିଛନ୍ତି କୁଚିଣ୍ଡା ବିଜେଡି କର୍ମୀ । ଟିକେଟ ପରିବର୍ତ୍ତନ କରାଯାଉ ନଚେତ୍ କୁଚିଣ୍ଡାର ସମସ୍ତ ବିଜେଡ଼ି କର୍ମୀ ଇସ୍ତଫା ହେଉଛନ୍ତି ବୋଲି କହିଛନ୍ତି ବିଜେଡ଼ି କର୍ମୀ । 

ଆହୁରି ପଢନ୍ତୁ ଓଡିଶା ଖବର...

Post a Comment (0)
Previous Post Next Post