ପିଲାମାନଙ୍କ ପ୍ରତି ପିତାମାତା ମାନେ ଏମିତି ଭୁଲ କରୁଛନ୍ତି କି?

 ଅର୍ଗସ ବ୍ୟୁରୋ:  ପିଲାମାନଙ୍କର ଦକ୍ଷତା ଏବଂ ଆତ୍ମବିଶ୍ୱାସ ଵଢାଇ ଆଗକୁ ନେଵା ପିତାମାତାଙ୍କ ଦାୟିତ୍ଵ । ତଥାପି ବେଳେବେଳେ ଆମର ଭୁଲ କିମ୍ବା ଆଜାଣତରେ ଆମେ ପିଲାମାନଙ୍କର ଆତ୍ମବିଶ୍ୱାସକୁ ଦୁର୍ବଳ କରିଦେଇଥାନ୍ତି । ପିତାମାତାମାନେ ସେମାନଙ୍କ ପିଲାମାନଙ୍କ ସହିତ କେବେବି ଏପରି କରିବା ଉଚିତ୍ ନୁହେଁ । ପିତାମାତାମାନେ ସେମାନଙ୍କର ପିଲାମାନଙ୍କର ଜୀବନକୁ ସୁଖ ଶାନ୍ତିରେ ରଖିଵା ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି । ପିତାମାତାମାନେ ଜୀବନର ପ୍ରଥମ ଶିକ୍ଷକ ଅଟନ୍ତି। ପିତାମାତା ମାନେ ଯାହା ପିଲାଦିନରେ ଶିକ୍ଷା ଦିଆଯାଇଥିବେ ତାହା ଜୀଵନରେ ଆଗକୁ ଵଢିବାକୁ ପ୍ରରଣା ଦେଇଥାଏ ।

ଆଉ ସେହି ସବୁ ଜିନିଷ ଭବିଷ୍ୟତରେ ଆଗକୁ ବଢିବାକୁ ସାହାଯ୍ୟ କରିଥାଏ । ତଥାପି ବେଳେବେଳେ ପିଲାମାନଙ୍କ ପ୍ରତି ପିତାମାତାଙ୍କର କିଛି ଭୁଲ କରିଥାନ୍ତି ଯାହା ସେମାନଙ୍କର ଆତ୍ମବିଶ୍ୱାସକୁ ଦୁର୍ବଳ ହୋଇଥାଏ। ତେଵେ ଆସନ୍ତୁ ଜାଣିଵା  ସେହି ଭୁଲ ଗୁଡୁକ କଣ କଣ । 

ସେମାନଙ୍କର ଭାବନାକୁ ଅଣଦେଖା:-
ପିଲାମାନଙ୍କର ଭାବନାକୁ ଅଣଦେଖା କରିବା ଦ୍ୱାରା ସେମାନଙ୍କର ଆତ୍ମବିଶ୍ୱାସ ଦୁର୍ବଳ ହୋଇପାରେ । ପିତାମାତାମାନେ ଯତ୍ନବାନ ହେବା ଉଚିତ ଯେ ସେମାନଙ୍କ ପିଲାଙ୍କ ଭାବନାକୁ ବୁଝିଵା ଦରକାର ତାହ ସହ ସମର୍ଥନ କରିଵା ଉଚିତ ।ଏବଂ ସେମାନଙ୍କ ସହ ସମ୍ବେଦନଶୀଳତା ସହିତ ବ୍ୟବହାର କରିଵା ଉଚିତ।

ଚାପ ପକାଇବା:-
ପିତାମାତାମାନେ ପିଲା ମାନଙ୍କ ଉପରେ ଅତ୍ୟଧିକ ଚାପ ପକାଇବା ଉଚିତ ନୁହେଁ । ସେ ପାଠ ପଢା କ୍ଷେତ୍ର ହେଉ କି ବ୍ୟକ୍ତିଗତ କ୍ଷେତ୍ରରେ ହେଉ । ଏପରି ହେଲେ ସେମାନଙ୍କର ଆତ୍ମବିଶ୍ୱାସକୁ ଦୁର୍ବଳ କରିପାରେ । ପିତାମାତାମାନେ ସେମାନଙ୍କର ପିଲାମାନଙ୍କର। ସେନାନଙ୍କ କଥା ଭଲରେ ବୁଝିଵା ଉଚିତ ଏବଂ ସେମାନଙ୍କୁ ସେମାନଙ୍କର ସ୍ୱପ୍ନ ଏବଂ ଉଦ୍ଦେଶ୍ୟ ପ୍ରତି ଉତ୍ସାହିତ କରିବା ଉଚିତ୍ ।

ସେମାନଙ୍କର ସ୍ୱପ୍ନକୁ ଅଣଦେଖା:-
ପିତାମାତାମାନେ ପିଲାମାନଙ୍କର ସ୍ୱପ୍ନକୁ ଅଣଦେଖା କରିବା ଦ୍ୱାରା ସେମାନଙ୍କର ଆତ୍ମବିଶ୍ୱାସ ଦୁର୍ବଳ ହୋଇପାରେ ।  ସେମାନଙ୍କର ସ୍ୱପ୍ନକୁ ସମର୍ଥନ କରିବା ଉଚିତ ଏବଂ ସେମାନଙ୍କୁ ସେମାନଙ୍କର ସ୍ୱପ୍ନ ପୂରଣ କରିବାକୁ ଉତ୍ସାହିତ କରିବା ଉଚିତ୍


Post a Comment (0)
Previous Post Next Post