ଅର୍ଗସ ବ୍ୟୁରୋ: ହ୍ୟାଣ୍ଡ ବ୍ୟାଗ୍ ଧରିବାକୁ ପ୍ରାୟ ମହିଳାଙ୍କୁ ଭଲ ଲାଗେ । ଆଜିକାଲି ନୂଆ ନୂଆ ବ୍ରାଣ୍ଡ୍ ର ବିଭିନ୍ନ ଡିଜାଇନ୍ ର ପର୍ସ ବଜାରରେ ମିଳୁଛି । ଫ୍ୟାସନ ପାଇଁ ଦିନକୁ ଦିନ ପର୍ସ ଆଦିର ମୂଲ୍ୟ ବଢିବାରେ ଲାଗିଛି । ଗୋଟିଏ ଗୋଟିଏ ପର୍ସର ମୂଲ୍ୟ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଲକ୍ଷେ, ଦୁଇ ଲକ୍ଷ, 10 ଲକ୍ଷ କିମ୍ବା କୋଟିଏ ଟଙ୍କାର ପର୍ସ ଦାମ୍ ଆପଣ ଶୁଣିଥିବେ । ହେଲେ ହୀରାର ଏକ ପର୍ସର ଦାମ୍ 31 କୋଟି ।
ପୃଥିବୀରେ ଏମିତି ବିଭିନ୍ନ ପର୍ସ ରହିଛି ଯାହା ଆଖିକୁ ସୁନ୍ଦର ଦିଶିବା ସହ ଦାମ ମଧ୍ୟ ବେଶି ହୋଇଥାଏ । ହାର୍ଟ ସେଫ୍ ର ଏହି ମାଉୱାଦ ୧୦୦୧ ଡାଇମଣ୍ଡ ପର୍ସର ଦାମ୍ ୩.୮ ମିଲିୟନ ଡଲାର । ଯାହା ଭାରତୀୟ ମୁଦ୍ରାରେ ୩୧ କୋଟି ଟଙ୍କା । ଏହି ପର୍ସରେ ମୋଟ ୫, ୪୧୭ ଖଣ୍ଡ ହୀରା ଲାଗିଥିବା ବେଳେ ଏହା ପୃଥିବୀର ସବୁଠାରୁ ବ୍ୟୟବହୁଳ ପର୍ସ ।
୨ୟ ସ୍ଥାନରେ ରହିଛି କେଲି ରୋଜ୍ ଗୋଲଡ ହ୍ୟାଣ୍ଡବ୍ୟାଗ । ମୂଲ୍ୟ ୧୬ କୋଟି ଟଙ୍କା ହୋଇଥିବା ବେଳେ ଏଥିରେ ୧୧୬୦ ଖଣ୍ଡ ସୁନା ଲାଗିଛି । ୩ୟରେ ରହିଛି , ବିର୍କିନ୍ ବ୍ୟାଗ ବାୟ ଗଞ୍ଜା ତାନାକା । ଏହାର ମୂଲ୍ୟ ୧୧ କୋଟି ଥିବା ବେଳେ ୨୦୦୦ ହୀରା ଜଡିତ । ୪ର୍ଥରେ ରହିଛି ହର୍ମସ ଚେନ୍ ଡି ଆନକ୍ରେ ବ୍ୟାଗ । ଏଥିରେ ୧୧୬୦ ହୀରା ଖଞ୍ଜା ହୋଇଛି । ସେହିପରି ୫ମ ରେ ଅଛି କ୍ଲିଓପାଟ୍ରାା କ୍ଲଚ୍ । ଯାହାର ମୂଲ୍ୟ ୩.୩ କୋଟି ଥିବାବେଳେ ୧୬୦୦ ହୀରା ଏଥିରେ ଖଚିତ ହୋଇଛି । ଏହି ସବୁ ହ୍ୟାଣ୍ଡବ୍ୟାଗ୍ ଦେଖିବାକୁ ସୁନ୍ଦର ହେବା ସହ ଏହାର ଗଠନ ପ୍ରଣାଳୀ ମଧ୍ୟ ବେଶ ଆର୍କଷଣୀୟ ।
ଆହୁରି ପଢନ୍ତୁ ବିଦେଶ ଖବର...
