ଛୁରିଆଙ୍କ ଗାଁରେ ଛୁ’ ମନ୍ତର ବିକାଶ

 ଅର୍ଗସ ବ୍ୟୁରୋ : ନଳକୂଅ ଅଛି, ପାଣି ନାହିଁ । ସ୍କୁଲ ଅଛି, ପଢିବା କିନ୍ତୁ ସମ୍ଭବ ନୁହେଁ । ଇଏ ପୁଣି ମନ୍ତ୍ରୀଙ୍କ ଏରିୟା । ହଁ...ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନିର୍ବାଚନମଣ୍ଡଳୀରେ ଏବେ ଦେଖାଯାଇଛି କିଛି ଏମିତି ସମସ୍ୟା । ସୁବୁଠୁ ବିଡ଼ମ୍ବନାର କଥା ହେଉଛି ଯେଉଁ ଦଳ ବିଶ୍ବସ୍ତରୀୟ ବିକାଶର କଥା କୁହେ ସେହି ଦଳର ବିଧାୟିକାଙ୍କ ନିଜ ଗାଁର ଏ ହାଲ୍ । କ୍ଷମତା ହାତେଇବାରେ ଦଶନ୍ଧି ବିତିଯାଇଛି । କିନ୍ତି ତାଙ୍କ ଅଞ୍ଚଳରେ ବିକାଶ ଏବେ ଶୂନ୍ୟ । 

ରାସ୍ତାଠୁ ସ୍କୁଲ, ଜଳ ଯୋଗାଣଠୁ ଭିନ୍ନକ୍ଷମ ଭତ୍ତା । ନିଜ ଗାଁରୁ ହିଁ ମ୍ୟାଡମଙ୍କ ନାଁରେ ମାଳ ମାଳ ଅଭିଯୋଗ । ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ତାଲମେଣ୍ଡା ପଞ୍ଚାୟତର ଦେକଲୁବା ଗାଁ । ଯେତେବେଳେ ୨୦୧୪ରେ ମସିହାରେ ସ୍ନେହାଙ୍ଗିନୀ ନିର୍ବାଚିତ ହେଲେ ଗାଁ ଲୋକେ ଆଶା କରିଥିଲେ, ଗାଁର ଉନ୍ନତି ହେବ । ହେଲେ ୧୦ ବର୍ଷ ପରେ ଗାଁର ବାସ୍ତବତା ଦେଖନ୍ତୁ । ନିର୍ବାଚନ ମଣ୍ଡଳୀ ଦୂରର କଥା । ନିଜ ଗାଁର ବିକାଶରେ ଫେଲ୍ ମାରିଛନ୍ତି ବିଧାୟିକା । ଖାଲି କଣ ଏତିକି, ସେ ଗାଁର ଲଳିତ ପାତ୍ର ହେଉଛନ୍ତି ଜଣେ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ମିଳିପାରିନି ଭତ୍ତା । ଏ ଅଫିସରୁ ସେ ଅଫିସ ଧାଇଁ ଧାଇଁ ନୟାନ୍ତ ଲଳିତ । ଶେଷରେ ଭାଗ୍ୟକୁ ଆଦରି ବସିପଡ଼ିଛନ୍ତି । 

 

ଗାଁର ୧୦୦ ବର୍ଷ ପୁରୁଣା ସ୍କୁଲର ଅବସ୍ଥା । ଭଙ୍ଗା ଦଦରା ସ୍କୁଲରେ ରହିଛି କେବଳ ୨ଟି କ୍ଲାସ ରୁମ୍ । ସେଥିରେ ପୁଣି ୫ଟି ଶ୍ରେଣୀର ଛାତ୍ରଛାତ୍ରୀ । ଏପଟେ ଅଙ୍ଗନବାଡି ଗୃହର ଛାତରୁ ସିମେଣ୍ଟ ଖଣ୍ଡ ଝଡୁଛି, ଯାହାଫଳରେ କେବେ ଗଛତଳେ ପୁଣି କେବେ ସ୍କୁଲ ବାରଣ୍ଡାରେ ବସି ପାଠପଢ଼ୁଛନ୍ତି ଛାତ୍ରଛାତ୍ରୀ । ୨ ପାଳିର ବିଧାୟିକା, ପୂର୍ବତନ ମନ୍ତ୍ରୀ ତଥା ମହିଳା ବିଜେଡି ସଭାନେତ୍ରୀ । କୁହାଯାଏ ଦଳରେ ମଧ୍ୟ ବେଶ ଦବଦବା । ହେଲେ ଏତେ ସବୁ କ୍ଷମତା ଥାଇ ବି ନିଜ ଗାଁ ତଥା ନିଜ ଅଞ୍ଚଳର ବିକାଶରେ କେତେ ଯେ ସଫଳ ତାହା ଏହି ସବୁ ଦୃଶ୍ୟ ହିଁ କହି ଦେଉଛି । 

Post a Comment (0)
Previous Post Next Post