ସ୍ନେହ-ପ୍ରେମ ଆଗରେ ସବୁକିଛି ହାରମାନେ

 ଅର୍ଗସ ବ୍ୟୁରୋ : ମଣିଷ-ପଶୁର ସମ୍ପର୍କ ଖୁବ ନୀବିଡ଼ । ଏପରି ପବିତ୍ର ସମ୍ପର୍କର ଉଦାହରଣ ଅନେକ ଦେଖିବାକୁ ମିଳେ । କାରଣ ସ୍ନେହ ପ୍ରେମ ଆଗରେ ସବୁକିଛି ତୁଚ୍ଛ । ଏଭଳି ବାତ୍ସଲ୍ୟ ପ୍ରେମରେ ଷଣ୍ଢକୁ ବାନ୍ଧି ରଖିଛନ୍ତି ଜଣେ ବୃଦ୍ଧ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ରାଜକନିକା ଅଞ୍ଚଳରେ । 



ଗାଁ ଦାଣ୍ଡ ହେଉ କି ରାଜରାସ୍ତା ଏହି ବୃଦ୍ଧ ଜଣକ ଯେଉଁଠି ଷଣ୍ଢଟିକୁ ଦେଖନ୍ତି ନିଜ ଜନ୍ମିତ ପିଲା ପରି କୋଟି ଆଦର ଓ ସ୍ନେହ କରିବସନ୍ତି । ଷଣ୍ଡଟି ମଧ୍ୟ ଏନେଇ ବସିଥାଏ କେତେବେଳେ ଏହି ବୃଦ୍ଧ ଜଣକ ଆସିବେ ଆଉ ତା ପାଇଁ ଖାଇବା ଆଣି ତାକୁ ଖୋଇଦେଇ । ଏବଂ ଟିକେ ଗେଲ୍ଲ କରିଦେବେ । ଭଲ କରି ଏ ଦୃଶ୍ୟ ଦେଖନ୍ତୁ ଷଣ୍ଢଟି କେମିତି ବୃଦ୍ଧ ମଉସା ଜଣକୁ ନିଜ କୋଳରେ ଶୁଆଇ ଦେଇ ନିଜେ ଶାନ୍ତିରେ ଓ ନିର୍ଭୟରେ ସୋଇ ଯାଉଛି । କେତେବେଳେ ଷଣ୍ଡ ବୃଦ୍ଧାଙ୍କ କୋଳରେ ମଧ୍ୟ ଶୋଉଛି ।

 

ଏ ଘଟଣା ହେଉଛ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ରମେଶ ଚନ୍ଦ୍ର ବେହରାଙ୍କ କାହାଣୀ । ରମେଶଙ୍କ ଘର କୋଠସାହି କିନ୍ତୁ ନିଶା ତାଙ୍କର ପଶୁ ସେବା । ମଣିଷ ଆଉ ପଶୁ ଭିତରେ ରହିଥିବା ସମ୍ପର୍କର ପ୍ରତୀକ ହେଉଛନ୍ତି ରମେଶ । ରାସ୍ତାରେ ଯାଉଥିବା ବେଳେ ଷଣ୍ଡ ଆଉ ରମେଶ ପ୍ରେମ ଯେ ଆଖିରେ ନଦେଖିବ ସେ କେବେବି ବିଶ୍ୱାସ କରି ପାରିବନି ।

ଷଣ୍ଢ ସହିତ ରମେଶଙ୍କ ଭେଟ ହୁଏ ବାଟରେ । ରମେଶ ଷଣ୍ଢକୁ ଆଉଁସି ଦିଅନ୍ତି । ଷଣ୍ଢଟି ସେଇଠି ସୋଇପଡ଼େ ତା ପରେ ପରେ ଯାହା ହୁଏ ଆପଣ ସମ୍ପୂର୍ଣ ଭିଡିଓ ଟି ଦେଖିଲେ ଜାଣି ପାରିବେ । କିନ୍ତୁ ଆମେ ଏ ବିଷୟରେ ରମେଶଙ୍କୁ କିଛି ପଚାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କିଛି କହିନଥିଲେ ।

Post a Comment (0)
Previous Post Next Post