ଅର୍ଗସ ବ୍ୟୁରୋ : ସରଗରମ ଆଳି ରାଜନୀତି । ବିଜେଡି ପ୍ରାର୍ଥୀ ପ୍ରତାପଙ୍କ ଦେବଙ୍କ କାମକୁ ନେଇ ପ୍ରଶ୍ନ କରୁଛନ୍ତି ବିରୋଧୀ । ହେଲେ ଉତ୍ତର ଦେବାକୁ ଶବ୍ଦ ମିଳୁନି ପ୍ରତାପଙ୍କୁ । ପୂର୍ବ ନିର୍ବାଚନରେ ଜନତା ଭୋଟ୍ ଦେଲେ, ବିଧାୟକ ହେଲ...ମନ୍ତ୍ରୀ ପଦ ବି ପାଇଲ । ଲୋକଙ୍କ ଲାଗି କଣ କଣ କରିଛ ? ବାସ୍ କଂଗ୍ରେସ ପ୍ରାର୍ଥୀନୀ ଦେବସ୍ମିତାଙ୍କ ଏମିତି ପ୍ରଶ୍ନରେ ଘାଇଲା ହେଲେଣି ପ୍ରତାପ । ଯାହାକୁ ନେଇ ଜୋରଦାର ଚର୍ଚ୍ଚା ।
ଦେବସ୍ମିତାଙ୍କ ଅଭିଯୋଗ ଅନୁସାରେ, ଆଳି ଅଞ୍ଚଳର ବିକାଶ କମ୍ ପିସି କାରବାର ଅଧିକ । ଏଠି ଆମ ବିଜେଡି ବିଧାୟକଙ୍କ କଥାରେ ଚାଲିଲେ ଆପଣ ଧନୀ ହେବେ ଆଉ କଥା ନ ମାନିଲେ ଆପଣ ଏଠି ମିଛ କେଶରେ ଫସିବେ । ସେ ଆହୁରି ମଧ୍ୟ କହିଛନ୍ତି, ଏଠି ଆମ ବିଧାୟକ ନିଜ ପକେଟ ଗରମ କରୁଛନ୍ତି ଆଉ ତାଙ୍କ ସମର୍ଥକଙ୍କ ମଧ୍ୟ ପକେଟ ବି ଗରମ କରୁଛନ୍ତି । ଏଠି ଶକ୍ତି ମନ୍ତ୍ରୀଙ୍କ ଘରେ ବିକାଶ ହୋଉଛି କିନ୍ତୁ ଏଠି ଆନ୍ଧାରେ ରହୁଛନ୍ତୁ ସାଧାରଣ ଲୋକେ ।
ସେପଟେ ବାଲି ଚୋରି କରି ନିଜ ଘର ତୋଳିଲେ ବୋଲି କହିବା ସହ କିଛି ପ୍ରଶ୍ନ ମଧ୍ୟ କରିଛନ୍ତି, ସେ ପ୍ରଶ୍ନରେ କହିଛନ୍ତି । ଏଠି ଆମ ଶାସକ ଦଳର ନେତା ଲୋକଙ୍କ ସମସ୍ୟା ବୁଝନ୍ତି ନାହିଁ । ନିଜେ କେମିତି ଆହୁରି ବଡ଼ ଲୋକ ହେବେ ସେ ଚେଷ୍ଟାରେ ଶକ୍ତି ମନ୍ତ୍ରୀ । ଏଠି ନିଜେ ଧନୀ ହୋଉଛନ୍ତି ଆଉ ତାଙ୍କ ସହଯୋଗୀଙ୍କ ପକେଟ ମଧ୍ୟ ଗରମ କରଛନ୍ତି । ପାଣି ବିକିଲେ ବାଲି ବି ଚୋରି କଲେ
ତେବେ ନିର୍ବାଚନ ଲଢିବା ସମ୍ପର୍କରେ ଦେବସ୍ମିତା କହିଛନ୍ତି, ଆଳିରେ ପାଣି, ବାଲି ମାଫିଆଙ୍କ ରାଜ ଚାଲିଛି । ତେଣୁ ଏହି ଦୁର୍ନୀତି ରୂପକ ରୋଗର ନିରାକରଣ ପାଇଁ ସେ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି ବୋଲି କହିଛନ୍ତି ।