ଭୁବନେଶ୍ୱର: ତାତିରୁ ନାହିଁ ନିସ୍ତାର । ସାଢ଼େ ୧୧ ସୁଦ୍ଧା ୪୪ ଟପିଲା ତାପମାତ୍ରା । ୪୪.୧ ଡିଗ୍ରୀ ତାପମାତ୍ରା ସହ ବାଲେଶ୍ବର ସବୁଠୁ ଉତ୍ତପ୍ତ ସହର । ଭୁବନେଶ୍ବର ୪୩.୬ ଡିଗ୍ରୀ, ଝାରସୁଗୁଡ଼ା ୪୨.୫ ଡିଗ୍ରୀ, କେନ୍ଦୁଝର ୪୧.୪ ଡିଗ୍ରୀ, ଚାନ୍ଦବାଲି ୪୧.୨ ଡିଗ୍ରୀ, ରାଉରକେଲା ୪୦.୪ ଡିଗ୍ରୀ ରେକର୍ଡ କରାଯାଇଛି ।
ଆଜି ପାଇଁ କଟକ, ଭୁବନେଶ୍ବର ଓ ବାଲେଶ୍ବରକୁ ରେଡ୍ ୱାର୍ଣ୍ଣିଂ ଜାରି । ଅଗାମୀ 24 ଘଣ୍ଟା ପାଇଁ ସିଭିୟର ହିଟୱେଭ୍ ଜାରି । ଆସନ୍ତା 3 ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ସହ ଗୁଳୁଗୁଳି ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।
ଅଧିକ ପଢନ୍ତୁ ଓଡ଼ିଶା ଖବର