ବଢୁଛି ଅଂଶୁଘାତ, ଏବେ ସୁଦ୍ଧା ୩୬୭ ଅଂଶୁଘାତ ରୋଗୀ ମେଡିକାଲରେ ଭର୍ତ୍ତି

 ଅର୍ଗସ ବ୍ୟୁରୋ : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟରେ ବଢୁଛି ଅଂଶୁଘାତ । ଆଜି ସୁଦ୍ଧା  ୩୬୭ ଅଂଶୁଘାତ ରୋଗୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।  ସୁନ୍ଦରଗଡ଼ ରେ 60, ମୟୁରଭଞ୍ଜ ରେ 50 ରୋଗୀ ଚିହ୍ନଟ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।  ଅତ୍ୟଧିକ ଖରା ଯୋଗୁଁ ସନ୍ ବର୍ଣ୍ଣ ଭଳି ଚର୍ମ ରୋଗ ହୋଇଛି । ତେଣୁ ପିକ ଆୱାରରେ ଘରେ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।



ଅଧିକ ପଢନ୍ତୁ : ଆହୁରି ୨ ଦିନ ଆକାଶରୁ ବର୍ଷିବ ଅଗ୍ନି ବର୍ଷା

ତେବେ ଯଦି ଅତ୍ୟଧିକ ଖରାରେ ମୁଣ୍ଡ ବୁଲାଇଲେ କିମ୍ବା ଗଳା ଶୁଖିଗଲେ ତୁରନ୍ତ ଡାକ୍ତର ଖାନା ଯାଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଛୋଟ ପିଲା, ବୃଦ୍ଧ, ଗର୍ଭବତୀ ମହିଳା ବେଶି ସତର୍କ ରହିବାକୁ ଜନ ସ୍ୱାସ୍ଥ୍ୟ ବିଭାଗ ର ପରାମର୍ଶ ଦିଆଯାଇଛି । 

Post a Comment (0)
Previous Post Next Post