ବାସୁଦେବପୁର ବିଜେଡିରେ ବଢୁଛି ଅସନ୍ତୋଷ

 ଅର୍ଗସ ବ୍ୟୁରୋ : ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ଏଥର ଭାରି ଗଡବଡ ସ୍ଥିତି ।  ବିଜେଡିରୁ ପ୍ରାର୍ଥୀ ହେଇଛନ୍ତି ବିଷ୍ଣୁବ୍ରତ ରାଉତରାୟ...ହେଲେ ନିର୍ବାଚନମଣ୍ଡଳିରେ ସେମିତି କିଛି ଆଖି ଦୃଶିଆ କାମ ହୋଇନଥିବାରୁ ଏବେ ଭୋଟ ପାଇଁ ବିଳିବିଳି ହୋଇ ଏମିତି କରିବୁ, ସେମିତି କରିବୁ ବୋଲି କହୁଛନ୍ତି । ହେଲେ ସତ ସେ ବି ଜାଣିଥିବାରୁ ଟେନସନ ବଢୁଛି ବିଜେଡିର । 



ତିନି ଦଳର ପ୍ରାର୍ଥୀ ଘୋଷଣା ସରିବା ପରେ ଏବେ ଏହି ଦଳ ମାନେ ଏବେ ଦେଖାଉଛନ୍ତି  ନିଜ ନିଜର ଦମ୍ । ଗୋଟିଏ ପଟରେ ବିଜେଡି ଦଳରୁ ନିର୍ଦ୍ଧିଷ୍ଟ ଏକ ପରିବାର ପାଖରେ ଲଗାତାର ଭାବେ ଶାସନ ଭାର ରହିଛି । ଯାହାକୁ ନେଇ ବିଜେଡି ବିଜେଡି ମଧ୍ୟରେ ଦେଖାଯାଇଛି ଅସନ୍ତୋଷ । ଏହି ଅସନ୍ତୋଷ କାରଣ ପାଇଁ ଫାଇଦା ପାଇ ପାରନ୍ତି ବିଜେପି ଓ କଂଗ୍ରେସ ।

 

ଅନ୍ୟପଟରେ, ବିଜେଡିରୁ କଡା ଟକ୍କର ଦେବାକୁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ମୋଦି ଗ୍ୟାରେଣ୍ଟି ସହ ଏଥର ଡବଲ ଇଞ୍ଜିନ ସରକାର ପାଇଁ ଲୋକଙ୍କୁ ଭେଟୁଛନ୍ତି ବିଜେପି ପ୍ରାର୍ଥୀ ବାଣୀ କଲ୍ୟାଣ । କିଛି ଦିନ ପୂର୍ବରୁ ବିଜେପିରେ ମିଶିଥିଲେ ବାଣିକଲ୍ୟାଣ । ଗତକିଛି ବର୍ଷ ଧରି ବାଣିକଲ୍ୟାଣ ବାସୁଦେବପୁରର ବିଭିନ୍ନ ପଞ୍ଚାୟତ ବୁଲିବୁଲି ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କୁ ଏକଜୁଟ କରି ସଂଗଠନ ବଢାଇଥିଲେ । ଫଳରେ ବାଣୀଙ୍କ ଲୋକପ୍ରିୟତା ବଢ଼ୁଥିବାରୁ ବାଣିକଲ୍ୟାଣଙ୍କୁ ବିଜେପି ଟିକେଟ ପ୍ରଦାନ କରିଛି ।

ସେହିପରି କଂଗ୍ରେସ ଦଳରୁ ଟିକେଟ ହାତେଇଛନ୍ତି ଅଶୋକ କୁମାର ଦାସ । ଯିଏକି ଗତ ୨୦୧୯ ନିର୍ବାଚନରେ ବିଜେଡି ନିକଟରୁ ମାତ୍ର ୯ହଜାର୫୧୮ ଖଣ୍ଡ ଭୋଟରେ ପରାଜିତ ହେଇଥିଲେ । ହେଲେ ଏଥର ଦୀର୍ଘ ୩୦ବର୍ଷ ଧରି ଶାସନ ଭାର ଥିବା ନିର୍ଦ୍ଧିଷ୍ଠ ଏକ ପରିବାଦ ବିରୁଦ୍ଧରେ ଲଢେଇ ବୋଲି କଂଗ୍ରେସ ପ୍ରାର୍ଥୀ ଖୁଲମଖୁଲା ଲୋକଙ୍କୁ କହୁଛନ୍ତି । ତେବେ ଗୋଟିଏ ପଟେ ମୋଦି ଗ୍ୟାରେଣ୍ଟି ଓ ଅନ୍ୟପଟେ ନବୀନ ବିକାଶକୁ ଲୋକେ ଗ୍ରହଣ କରିବେ ନା କଂଗ୍ରେସକୁ ଆପଣେଇବେ ତାହା ନିର୍ବାଚନ ଫଳାଫଳ କହିବ ।

Post a Comment (0)
Previous Post Next Post