ବିଜେଡି ନେତାଙ୍କୁ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରଶ୍ନ

 ଅର୍ଗସ ବ୍ୟୁରୋ : ପୁଣି ବିଜେଡି ନେତା ଭି.କେ ପାଣ୍ଡିଆନଙ୍କୁ ପ୍ରଶ୍ନ ବାଣରେ ଧୋଇଦେଲେ ବିଜେପି ନେତା ପ୍ରଦୀପ ପାଣିଗ୍ରାହୀ । ଗତକାଲି ଗତକାଲି ବିଜେଡି ନେତା ଭି.କେ ପାଣ୍ଡିଆନ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ଚିକିଟି ଗସ୍ତ କରିଥିଲେ । ଏହି ସମୟରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଟାର୍ଗେଟ କରିଥିଲେ । ଯାହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବିଜେପି ନେତା ପ୍ରଦୀପ ପାଣିଗ୍ରାହୀ ।  ଗତକାଲି ଭିକେ ପାଣ୍ଡିଆନ ପ୍ରଦୀପଙ୍କ ନାଁ ନ ନେଇ ପ୍ରଦୀପ ପାଣିଗ୍ରାହୀଙ୍କୁ ତେରେଛା ବାଣ ମାରିଥିଲେ । ଯାହାର ଜବାବରେ ପ୍ରଦୀପ ପାଣିଗ୍ରାହୀ କଡ଼ା ଜବାବ ଦେବା ସହ ଅନେକ ପ୍ରଶ୍ନ ମଧ୍ୟ କରିଛନ୍ତି  । ସେ କହିଛନ୍ତି.....



କୋଇଲା ସ୍କାମର ସିବିଆଇ ଜେରା କେତେ ସତ କେତେ ମିଛ ? ଏହି ଅଭିଯୋଗର ଉତ୍ତର ରଖିବେ କି ବିଜେଡି ନେତା ଭି.କେ. ପାଣ୍ଡିଆନ ? ନବୀନ ପଟ୍ଟନାୟକଙ୍କୁ କୋଇଲା ସ୍କାମରେ ସିବିଆଇ କେତେଥର ଜେରା କରିଛି ପାଣ୍ଡିଆନ କହି ପାରିବେ କି ? ଗଞ୍ଜାମ ଜିଲ୍ଲାପାଳ ଥିବା ବେଳେ ଡାଲି ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା ସେ ବିଷୟରେ କହିପାରିବେ କି ? ଏଭଳି ଅନେକ ପ୍ରଶ୍ନ କରିଛନ୍ତି ଶ୍ରୀ ପାଣିଗ୍ରାହି । ଏହାସହ ଗଞ୍ଜାମରେ ବିଜେଡିର ଗୋଟିଏ ପରେ ଗୋଟାଏ ଆସନ ଛିଡିଲାଣି ଆଗକୁ ବାକି ଗୁଡିକ ମଧ୍ୟ ଛିଡିଯିବ କହିଛନ୍ତି ପ୍ରଦୀପ ପାଣିଗ୍ରାହୀ । 

 

ଆହୁରି ମଧ୍ୟ କହିଛନ୍ତି, ଏମିତି କାଢୁଆ ନେତା ହୋଇଛି କି ମୋତେ ଜେଲ ଏବଂ ବେଲ କଥା କହିବ । ତେଣୁ ନିର୍ବାଚନ ସରୁ ସେ କେତେଥର ଜେଲ ଯିବ ମୁଁ ଦେଖିବି ବୋଲି କହିଛନ୍ତି ପ୍ରଦୀପ । ଗଞ୍ଜାମର ବେଗୁନିଆପଡାର ଏକ ମିଶ୍ରଣ ପର୍ବରେ ଯୋଗଦେବା ପରେ ଗଣମାଧ୍ୟମ ସମ୍ମୁଖରେ ଏଭଳି ଉତ୍ତର ରଖିଛନ୍ତି ପ୍ରଦୀପ । 

Post a Comment (0)
Previous Post Next Post