କଣ୍ଟାବାଞ୍ଜିରୁ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ

 ଅର୍ଗସ ବ୍ୟୁରୋ:  ହିଞ୍ଜିଳି ପରେ କଣ୍ଟାବାଞ୍ଜି। ଏଠାରୁ ଆଜି ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଏ ସେହି କଣ୍ଟାବାଞ୍ଜି ଯାହା ଓଡ଼ିଶାର ଆଉ ଏକ ପ୍ରମୁଖ ଦାଦନ ହବ୍ । ଯେଉଁଠାରୁ ଦାଦନ ଖଟିବାକୁ ଯାଇ ବାହାର ରାଜ୍ୟରେ ନିର୍ଯାତିତ ହେଉଛନ୍ତି ହଜାର ହଜାର ଓଡ଼ିଆ ଶ୍ରମିକ। ଆଜି କଣ୍ଟାବାଞ୍ଜିରେ ପ୍ରାର୍ଥିପତ୍ର ଦାଖଲ କରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।



ଆଉ ଦିନକ ପୂର୍ବରୁ ସାମ୍ନାକୁ ଆସିଛି ତେଲେଙ୍ଗାନାରେ ନିର୍ଯାତିତ କଣ୍ଟାବାଞ୍ଜିର 5 ଦାଦନ ପରିବାରଙ୍କ ଭିଡିଓ । 5-5 ଥର ହିଞ୍ଜିଳିରୁ ନିର୍ବାଚିତ ହୋଇ ଅଞ୍ଚଳକୁ କରିଛନ୍ତି ଦାଦନ କେନ୍ଦ୍ରସ୍ଥଳ । 2019ରେ ବିଜେପୁରରୁ ଜିତିବା ପରେ ନବୀନ କରିଥିଲେ ପ୍ରତାରଣା । 2024ରେ ଆଉ ଏକ ଦାଦନ ହବ୍ କଣ୍ଟାବାଞ୍ଜିରେ କି ପ୍ରତିଶ୍ରୁତି ଦେବେ ବିଜେଡି ସୁପ୍ରିମୋ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post