ଅର୍ଗସ ବ୍ୟୁରୋ: ଭୁବନେଶ୍ବରରେ ପହଞ୍ଚିଲେ ବିଜେପି ସଭାପତି ନଡ୍ଡା। କିଛି ସମୟ ପରେ ବିଜେପି ସଂକଳ୍ପପତ୍ର ଉନ୍ମୋଚନ କରିବେ। ସେପଟେ ଆଜି ସନ୍ଧ୍ୟାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦି।
ମୋଦିଙ୍କ ଗସ୍ତ ପାଇଁ ବିମାନବନ୍ଦରଠାରୁ ରାଜଭବନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ। CISF ଆଉ ପୋଲିସ ମୁତୟନ ହେବେ । ରାଜଭବନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମୋଦୀଙ୍କ ଗସ୍ତ ବେଳେ ନୋ ଡ୍ରୋନ ଫ୍ଲାଇଂ ଜୋନ କରାଯିବ। ଆଜି ସନ୍ଧ୍ୟାରେ କାରକେଡ୍ ରିହଲସଲ କରାଯିବ । ସୁରକ୍ଷା ପାଇଁ 3 ଜଣ ଡିସିପି,10 ACP , 17 IIC , 90 SI/ASIଙ୍କ ସହ 20 ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ଟ୍ରାଫିକ କଣ୍ଟ୍ରୋଲ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
