ବିଜେପିର ସଂକଳ୍ପ ପତ୍ର ଉନ୍ମୋଚନ କଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

 ଅର୍ଗସ ବ୍ୟୁରୋ:  ବିଜେପିର ସଂକଳ୍ପ ପତ୍ର ଉନ୍ମୋଚନ ହେଲା। ଲୋକାର୍ପଣ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।ସଂକଳ୍ପପତ୍ର ଉନ୍ମୋଚନ ଉତ୍ସବରେ ବହୁ ବରିଷ୍ଠ ନେତା ଉପସ୍ଥିତ ରହିଛନ୍ତି ।ଉନ୍ମୋଚନ ହେଲା ରାଜ୍ୟ ବିଜେପିର ସଂକଳ୍ପପତ୍ର। ନିର୍ବାଚନ ରଣନୀତି କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ।



 ବିଜେପିର ସଂକଳ୍ପ ପତ୍ର ଉନ୍ମୋଚନ ହେଲା। ତେବେ ଏହାପୂର୍ବରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ କହିଛନ୍ତି, ଏହି ସଂକଳ୍ପପତ୍ର ଓଡ଼ିଶାର ସବୁବର୍ଗଙ୍କୁ ଦୃଷ୍ଟିରେ ରଖି କରାଯାଇଛି । ୨୪ ବର୍ଷର ସରକାରକୁ ବଦଳାଇବାକୁ ଚାହୁଁଛନ୍ତି ଓଡ଼ିଶାବାସୀ । ସାଧାରଣ ଲୋକ ନିର୍ବାଚନ ଲଢୁଛନ୍ତି, ଆମେ ସାଥୀରେ ଅଛୁ । ଏହା ସରକାର ପରିବର୍ତ୍ତନର ଇସ୍ତାହାର । ଓଡ଼ିଶାର ଇତିହାସକୁ ବଦଳାଇବା ପାଇଁ ବିଜେପିର ଆହ୍ବାନ। ଓଡ଼ିଶାରେ ଗୋଟିଏ ଯୁବର ଅବସାନ ଘଟିବ। ଏ ଇସ୍ତାହାର ଓଡ଼ିଶାରେ ପରିବର୍ତ୍ତନ ଆଣିବ। ସମାଜର ସବୁ ବର୍ଗର ଲୋକଙ୍କୁ ଛୁଇଁବ ଏହି ଇସ୍ତାହାର ବୋଲି କହିଛନ୍ତି ମନମୋହନ ସାମଲ। କୃଷକ, ଯୁବକ, ମହିଳା, ଗରିବଙ୍କୁ ଗୁରୁତ୍ବ ଦେଉଛନ୍ତି ମୋଦି। ଏଥର ବିଜେପି ଏକାକୀ ସରକାର ଗଢ଼ିବ। ବିଜେପି ସରକାର ଗଢ଼ିବାକୁ ଲୋକେ ଦାୟିତ୍ବ ନେଇଛନ୍ତି। ଓଡ଼ିଶାର ସାଧାରଣ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି। 

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post