ବିଜେଡି ନେତା ପାଣ୍ଡିଆନ କହିଲେ ସେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରାଧିକାରୀ



 ଅର୍ଗସ ବ୍ୟୁରୋ: ଶବ୍ଦର ଚଞ୍ଚକତା କରି ବିଜେଡି ନେତା ପାଣ୍ଡିଆନ କହିଛନ୍ତି ସେ ହିଁ ନବୀନ ପଟ୍ଟନାୟକଙ୍କ ଶବ୍ଦର ଚଞ୍ଚକତା କରି ବିଜେଡି ନେତା ଭି.କେ. ପାଣ୍ଡିଆନ କହିଛନ୍ତି ସେ ହିଁ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ । ସିଧା ସିଧା ଉତ୍ତରାଧିକାରୀ ବଦଳରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରେ କହିଛନ୍ତି, ସେ ନବୀନ ପଟ୍ଟନାୟକଙ୍କ ମୂଳବୋଧର ଉତ୍ତରାଧିକାରୀ । ଦଳ ଓ ନିର୍ବାଚନ ପରିଚାଳନାରେ ସେ ସର୍ବେସର୍ବା ଏକଥା ଅଛପା ନାହିଁ । ପ୍ରଚାର ମଇଦାନରେ ଦୁଇ ନମ୍ବର । ପୂର୍ବରୁ ଓଡିଶା ଲୋକ ତାଙ୍କର ଉତ୍ତରାଧିକାରୀ ବାଛିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ କହିଥିଲେ । କିନ୍ତୁ ବିଜେଡିର ନିର୍ବାଚନ ପରିଚାଳନା, ନବୀନଙ୍କ ଇସାରା ଓ ପାଣ୍ଡିଆନଙ୍କ ବୟାନ ସ୍ପଷ୍ଟ କରୁଛି ସେ ଉତ୍ତରାଧିକାରୀ । ଖୋଦ ପାଣ୍ଡିଆନ ପ୍ରଥମ ପୁରୁଷ ଏକ ବଚନରେ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ସେ ହିଁ ନବୀନ ପଟ୍ଟନାୟକଙ୍କ ମୂଲ୍ୟବୋଧର ଉତ୍ତରାଧିକାରୀ । 

ସମଝଦାରୋ କୋ ଇସାରା କାଫି ହୈ । କିନ୍ତୁ ଉତ୍ତରାଧିକାରୀ ଏଥର ନିର୍ବାଚନ ଲଢୁନାହାନ୍ତି । କାରଣ ପାଣ୍ଡିଆନ୍ ଓଡିଶାର ମୂଳ ବାସିନ୍ଦା ନୁହନ୍ତି । ଅନ୍ୟପକ୍ଷରେ ନିର୍ବାଚନରେ ଓଡିଆ ଅସ୍ମିତା, ସ୍ବାଭିମାନ ଓ ସଂସ୍କୃତିକୁ ବିଜେପି ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ କରିଛି । ଖୋଦ ପ୍ରଧାନମନ୍ତ୍ରୀ କହିଛନ୍ତି ଓଡିଆ ଭାଷା ଓ ସଂସ୍କୃତି ସଙ୍କଟରେ ପଡିଛି। ପାଣ୍ଡିଆନ ନିର୍ବାଚନ ଲଢିଲେ ଓଡିଆ ସ୍ବାଭିମାନ ସହ ହୋଇପାରେ ଲଢେଇ । ଦୁଇ ଆସନରୁ ଲଢୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ଆସନରୁ ଉପନିର୍ବାଚନ କରିବାକୁ ହେଉଛି ଷଡଯନ୍ତ୍ର । ଏବେ ପ୍ରଶ୍ନ ବିଜୁବାବୁଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ଖଣ୍ଡି ଓଡିଆକୁ ଓଡିଶାବାସୀ ଗ୍ରହଣ କରିଛନ୍ତି । ମାତ୍ର ଅଣ ଓଡିଆ ଅଫିସରଙ୍କ ଉତ୍ତରାଧିକାରୀ ପ୍ରସଙ୍ଗକୁ ଓଡିଶାବାସୀ ଗ୍ରହଣ କରିବେ କି ପ୍ରତ୍ୟାଖାନ  କରିବେ ତାକୁ ଅପେକ୍ଷା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post