ଅର୍ଗସ ବ୍ୟୁରୋ : ୫ରେ ପୁଣି ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଗସ୍ତ ନେଇ ବିଜେପି ଉପ ସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । ପୂର୍ବରୁ ଏପ୍ରିଲ ୨୮ ତାରିଖରେ ଓଡିଶା ଆସି ହାଇ ଭୋଲ୍ଟେଜ ପ୍ରଚାର କରିଥିଲେ ।୨୪ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିଲା ବେଳେ ନିର୍ବାଚନ ରଣକ୍ଷେତ୍ରକୁ ଆହୁରି ଦୃଢ କରିବାକୁ ପୁଣି ଓଡିଶାରେ ରଣହୁଙ୍କାର ଦେବେ ନଡ୍ଡା । ଭୁବନେଶ୍ବରରେ ରହିଛି ଦଳୀୟ କାର୍ଯ୍ୟକ୍ରମ ।
ଅଧିକ ପଢନ୍ତୁ : ସୁପର Sundayରେ ସୁପର ସୋ'
୨୮ରେ ଓଡିଶା ଆସି ପ୍ରଚାର ମୈଦାନରେ ଓଡିଶାବାସୀଙ୍କ ପାଇଁ ନିଜର ଓଜସ୍ବିନୀ ଭାଷଣ ରଖିଥିଲେ ନଡ୍ଡା । ମୋଦିଙ୍କ ବିକାଶକୁ ଓଡିଶାରେ ପହଞ୍ଚାଇ ବିକାଶ ପଥରେ ଓଡିଶାକୁ ଆଗେଇ ନେବାକୁ ହେଲେ ବିଜେପି ସରକାର ଆସିବା ଦରକାର ବୋଲି ସେ କହିଥିଲେ । ମୋଦିଙ୍କର ଅନେକ ଯୋଜନା ଏପର୍ଯ୍ୟନ୍ତ ଓଡ଼ିଶାରେ ପହଞ୍ଚିପାରିନାହିଁ । ଯେଉଁ ରାଜ୍ୟର ସରକାର ସେମାନଙ୍କ ପାଖକୁ କେନ୍ଦ୍ରର ଯୋଜନା ପହଞ୍ଚାଇ ପାରୁନାହାନ୍ତି, ସେପରି ସରକାର ବଦଳିବା ଦରକାର ବୋଲି କହିଥିଲେ ନଡ୍ଡା । ଯଦି ବିଜେପି ସରକାର ଆଶେ ତେବେ ମୋଦିଙ୍କର ସମସ୍ତ ଯୋଜନାର ଲାଭ ଉଠାଇପାରିବେ ଓଡିଶାବାସୀ । ଚିଟଫଣ୍ଡ ଦୁର୍ନିତୀରେ ବୁଡିରହିଥିବା ସରକାରକୁ ଓଡିଶାବାସୀ ବଦଳାଇବା ଦରକାର ବୋଲି ସେ କହିଥିଲେ । ନିର୍ବାଚନ ସରଗରମ ଥିବାବେଳେ ଓଡିଶାକୁ କେନ୍ଦ୍ରୀୟ ନେତାଙ୍କ ତୋଫାନୀ ଗସ୍ତ ହେଉଥିବା ଦେଖିବାକୁ ମିଳିଛି ।