କାନ୍ଥ ଫାଟି ଆଁ କରିଛି, ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ଭବିଶ୍ୟତ ଗଢ଼ା..


 

ଅର୍ଗସ ବ୍ୟୁରୋ:  କାନ୍ଥ ଚିରି ବାହାରକୁ ଆସିଲାଣି ଲୁହାଛଡ । ଛାତରୁ ଖସୁଛି ଆଜବେଷ୍ଟ ଖଣ୍ଡ। କାନ୍ଥ ଚାରିଆଡେ ଫାଟି ଆଁ କରିଛି  । ଆଉ ହାତ ମାରିଦେଲେ ଝଡିପଡୁଛି ପ୍ଲାଷ୍ଟର । କେତେବେଳେ ବି ଗଳି ପଡିବ ଛାତ କି କାନ୍ଥ । ଆଉ ଘଟାଇଦେବ ବଡ ଅଘଟଣ । ସମସ୍ୟା ଘେରରେ ପୁରୁଣାପାଣି ଅଙ୍ଗନବାଡି..ବିପଦ ସଙ୍କୁଳ ଅବସ୍ଥାରେ ପାଠ ପଢ଼ୁଛନ୍ତି ପିଲା। ଭଙ୍ଗା ଘରେ ଚାଲିଛି  ଅଙ୍ଗନବାଡି ପାଠପଢା। ଏ ହେଉଛି ସୁନ୍ଦରଗଡ କୋଇଡା ବ୍ଲକ ରିକ୍ସି ପଞ୍ଚାୟତର ପୁରୁଣାପାଣିରେ ଥିବା  ଅଙ୍ଗନବାଡି କେନ୍ଦ୍ର। ଅଙ୍ଗନବାଡି କେନ୍ଦ୍ର ତ ନୁହେଁ ଭୂତ ଘର କହିଲେ ଚଳେ।  ମାତ୍ର ଶ୍ରେଣୀଗୃହ ଅଭାବରୁ ଏଠାରେ ବାଧ୍ୟ ହୋଇ ଚାଲିଛି ଅଙ୍ଗନବାଡି ପାଠପଢା।

25 ରୁ ଅଧିକ ପିଲା ନାମ ଲେଖାଇଥିବା ଏହି ଅଙ୍ଗନବାଡି କେନ୍ଦ୍ରର ଅସୁବିଧା ଦିର୍ଘ ବର୍ଷ ହେବ ଲାଗି ରହିଥିବା ବେଳେ ପ୍ରଶାସନ ଅଙ୍ଗନବାଡି କେନ୍ଦ୍ରର ସୁ ବ୍ୟବସ୍ଥା ନିମନ୍ତେ କିଛି ପଦକ୍ଷେପ ନେଉ ନାହାନ୍ତି । ଖାଲି ସ୍ଥାୟି ସମାଧାନର ପ୍ରତିଶୃତି ଦେଇ ଦିନ ଗଡାଇ ଚାଲିଛନ୍ତି । ଶିଶୁମାନଙ୍କ ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି କିନ୍ତୁ ପୁରୁଣାପାଣି ଗାଁର ଅଙ୍ଗନବାଡ଼ି କେନ୍ଦ୍ରର ଚିତ୍ର ଦେଖିଲେ କେତେ କଣ ବିକାଶ ହୋଇଛି ତାହା ଜଳ ଜଳ ହୋଇ ଜଣାପଡୁଛି । ତେବେ ଦେଖିବାକୁ ବାକି ରହିଲା କେବେ ପୁରୁଣାପାଣିରେ ନୂଆ ଅଙ୍ଗନବାଡ଼ି କେନ୍ଦ୍ର ତିଆରି ହେବ ଆଉ ପିଲା ନିର୍ଭୟରେ ଛାତ ତଳେ ପାଠ ପଢିବେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post