ଭୁବନେଶ୍ୱରରେ ବାର୍‌ ଗାର୍ଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

 ଭୁବନେଶ୍ୱର: ଭୁବନେଶ୍ୱରରେ ବାର ଗାର୍ଲଙ୍କ ମିଳିଲା ଝୁଲନ୍ତା ଅବସ୍ଥାରେ ମୃତଦେହ। ମୃତଦେହ ଉଦ୍ଧାର କଲା ବଡଗଡ ଥାନା ପୋଲିସ।  ଜଗତସିଂହପୁର ଅଲଣାହାଟ ଗାଁ ର ଯୁବତୀ ସୁଲୋଚନା ଦାସ। ଦୀର୍ଘ ଦିନ ଧରି ନିହାର ଗିରୀ ନାମକ ଯୁବକ ସହିତ ରହୁଥିଲେ। ବିବାହ ପାଇଁ ବାରମ୍ବାର ଉଭୟଙ୍କ ମଧ୍ୟରେ ଆଲୋଚନା ହେଉଥିଲା। ବିବାହକୁ ନେଇ ପରବର୍ତ୍ତୀ ସମୟରେ ଝଗଡା ବଢିଥିଲା । ଯାହାକୁ ନେଇ ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।



ତେବେ ପରିବାର ଲୋକେ ହତ୍ୟା କରାଯାଉଥିବା ଅଭିଯୋଗ ଆଣିଛନ୍ତି । ବଡ଼ଗଡ଼ ଥାନା ପୋଲିସ ପାରିପାର୍ଶ୍ବିକ ଯାଞ୍ଚ ଚଳାଇଛି। ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି । ଖୁବଶୀଘ୍ର ମୃତ୍ୟୁ ର କାରଣ ସ୍ପଷ୍ଟ ହେବ ବୋଲି କହିଛି ବଡ଼ଗଡ଼ ଥାନା ପୋଲିସ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post