ଅର୍ଗସ ବ୍ୟୁରୋ: ଦିଲ୍ଲୀରେ ବିମାନରେ ବୋମା ଆତଙ୍କ । ନୂଆଦିଲ୍ଲୀରୁ ବାରାଣସୀ ଯିବାକୁ ଥିବା ଏକ ବିମାନରେ ବୋମା ଥିବା ନେଇ ଫୋନ କଲ ଆସିଥିଲା । ଏହାପରେ ବିମାନକୁ ତୁରନ୍ତ ଅଲଗା କରାଯାଇ ସ୍ବତନ୍ତ୍ର ସ୍ଥାନକୁ ନିଆଯାଉଥିଲା।
ସେଠାରେ ଯାତ୍ରୀମାନଙ୍କୁ ଓହ୍ଲାଇ ଦିଆଯାଇ ବିମାନକୁ ତନ୍ନ ତନ୍ନ ଯାଞ୍ଚ କରାଯାଇଥିଲା । ଯାତ୍ରୀମାନଙ୍କୁ ଏମର୍ଜେନସି ଗେଟ୍ ଦେଇ ବାହାରକୁ ଅଣାଯାଇଥିଲା । ବର୍ତ୍ତମାନ ସୁଦ୍ଧା ବିମାନରେ କୌଣସି ସନ୍ଦେହଜନକ ସାମଗ୍ରୀ ଠାବ କରାଯାଇନାହିଁ। ଘଟଣାସ୍ଥଳରେ ଏଭିଏସନ୍ ସିକ୍ୟୁରିଟ. ଡଗ୍ ସ୍କ୍ୱାର୍ଡ ଓ ବମ୍ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣା ଜଣାପଡ଼ିବା ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । କିଛି ଯାତ୍ରୀ ଏମରଜେନ୍ସି ଗେଟ୍ ଓ କିଛି ଯାତ୍ରୀ ୱିଣ୍ଡୋ ପଟେ ବାହାରକୁ ପଳାଇ ଆସିଥିଲେ ।
ଅଧିକ ପଢ଼ନ୍ତୁ ଭାରତ ଖବର
