ଆଗାମୀ ୫ ଦିନ ଭିତରେ କେରଳ ଛୁଇଁପାରେ ମୌସୁମୀ

 ଅର୍ଗସ ବ୍ୟୁରୋ: ଆସୁଛି ମୌସୁମୀ । ଆଗାମୀ ୫ ଦିନ ଭିତରେ କେରଳ ଛୁଇଁପାରେ ମୌସୁମୀ । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ସଂସ୍ଥା  । ମୌସୁମୀ କେରଳ ଛୁଇଁବା ନେଇ ପାଗ ଅନୁକୂଳ ରହିଛି । ୫ ଦିନ ଭିତରେ ଏହା କେରଳ ଉପକୂଳ ଛୁଇଁବ ବୋଲି ପୂର୍ବାନୁମ‌ାନ ହୋଇଛି । ଏଥର ଭାରତର  ମୈାସୁମୀ କୋର ଜୋନରେ  ସ୍ୱାଭାବିକ ଅପେକ୍ଷା ଅଧିକ ବର୍ଷା ହୋଇପାରେ। 

ଉତ୍ତର ପୂର୍ବ ଭାରତରେ ସାଧାରଣ ମୈାସୁମୀ ବର୍ଷା, ଉତ୍ତର ପଶ୍ଚିମରେ ସ୍ୱାଭାବିକ ଏବଂ କେନ୍ଦ୍ରୀୟ ଏବଂ ଦକ୍ଷିଣ ଉପଦ୍ୱୀପ ଭାରତରେ ସାଧାରଣ ଠାରୁ ମଧ୍ୟମ ଧରଣର ମୈାସୁମୀ ବର୍ଷା ହେବା ନେଇ IMD ପୂର୍ବାନୁମାନ କରିଛି।

ଅଧିକ ପଢ଼ନ୍ତୁ ପାଣିପାଗ ଖବର 


Post a Comment (0)
Previous Post Next Post