ମହାପ୍ରଭୁଙ୍କ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

 ଅର୍ଗସ ବ୍ୟୁରୋ: ଗତ ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହୋଇଥିବା ବେଳେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ତେବେ ଆସନ୍ତାକାଲି  ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ । ବିଧି ଅନୁଯାୟୀ ତିନି ରଥର ଛଅଟି ନାହାକ ଚକ ସହ ତିନୋଟି ଅଖ ଡେରାଯିବ। ଯାହାକୁ ଚକଅଖ ଡେରା ନୀତି କୁହନ୍ତି। ଏଥିପାଇଁ ବିଶ୍ଵକର୍ମା ମହାରଣାମାନେ ୬ ଟି ନାହାକ ଚକ ଓ ତିନୋଟି ଅଖ ପ୍ରସ୍ତୁତ କରି ରଖିଛନ୍ତି। 

ଆସନ୍ତାକାଲି ଶ୍ରୀମନ୍ଦିରରେ ସକାଳଧୂପ ନୀତି ବଢିବା ପରେ ତିନିବାଡର ପୂଜାପଣ୍ଡା ସେବାୟତମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଧରି ରଥଖଳାକୁ ଆସିବେ। ସେଠାରେ ଭୋଇ ସେବକମାନେ ଚକ ଅଖ ଡେରା କାର୍ଯ୍ୟ ସମ୍ପନ୍ନ କରିବା ପରେ ତିନି ରଥର ମୁଖ୍ୟ ବିଶ୍ଵକର୍ମାଙ୍କୁ ପୂଜାପଣ୍ଡା ସେବାୟତମାନେ ଆଜ୍ଞାମାଳ ପ୍ରଦାନ କରିବେ। ଅନ୍ୟପଟେ ସମୁଦାୟ 9ଟି ହରିବୋଲରେ ରଥନିର୍ମାଣ ପ୍ରକ୍ରିୟା ଶେଷ ହେବାର ବିଧିବିଧାନ ରହିଥିବା ବେଳେ ଆସନ୍ତାକାଲି ଭୋଇ ସେବକ ମାନେ ପ୍ରଥମ ହରିବୋଲ ପକାଇବେ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 


Post a Comment (0)
Previous Post Next Post