ବୁଥ ଭିତରୁ ଟାଣି ଆଣି ବିଜେପି ଏଜେଣ୍ଟକୁ ବିଜେଡି କର୍ମୀଙ୍କ ସଙ୍ଘବଦ୍ଧ ଆକ୍ରମଣ


 

କଟକ: ବୁଥ ଭିତରୁ ଟାଣି ଆଣି ବିଜେପି ଏଜେଣ୍ଟକୁ ବିଜେଡି କର୍ମୀଙ୍କ ସଙ୍ଘବଦ୍ଧ ଆକ୍ରମଣ । ବାଙ୍କୀ ବ୍ଲକ କିଆପଲ୍ଲା ପଞ୍ଚାୟତ ନୂଆଗାଁ 54 ନମ୍ବର ବୁଥରେ ଗତକାଲି ଘଟିଛି ଘଟଣା । ବିଜେଡି କର୍ମୀ ଆଲୋକ ପରିଡା ବୁଥ୍ ଭିତରେ ପଶି ଲୋକଙ୍କ ଭୋଟକୁ ନିଜେ ଦେଉଥିବାବେଳେ ବିଜେପି ପକ୍ଷରୁ ଲୋକସଭା ପ୍ରାର୍ଥୀ ଏଜେଣ୍ଟ ସର୍ବେଶ୍ବର ପରିଡା ଏହାକୁ ବିରୋଧ କରିଥିଲେ ।

ଯାହା ଫଳରେ ସର୍ବେଶ୍ବରଙ୍କୁ ବୁଥ୍ ଭିତରୁ ଟାଣି ଆଣି ଛବି ପରିଡା, ରବି ପରିଡା ଓ ଚିକୁନା ପରିଡା ମିଶି ଆକ୍ରମଣ କରିଥିଲେ । ଆକ୍ରମଣରେ ସର୍ବେଶ୍ବରଙ୍କ ମୁଣ୍ଡ ଏବଂ ହାତରେ ଗୁରୁତର ଆଘାତ ହୋଇଥିବାବେଳେ ବାଙ୍କୀ ଥାନାରେ ଏନେଇ ଏତଲା ଦିଆଯାଇଛି । ନ୍ୟାୟ ପ୍ରଦାନ ସହ ଦୋଷୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି ସର୍ବେଶ୍ବର ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post