ରାଜ୍ୟ କାର୍ଯ୍ୟାଳୟ ଯାଇ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଥିଲେ ମୋଦି



 ଅର୍ଗସ ବ୍ୟୁରୋ:  ଗୁଜୁରାଟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ର । ଗତକାଲି ପ୍ରଧାନମନ୍ତ୍ରୀ ବିଜେପିର ରାଜ୍ୟ କାର୍ଯ୍ୟାଳୟ କମଳମ୍ ଯାଇ ଦଳର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଥିଲେ । ନିର୍ବାଚନରେ ଦଳର ରଣନୀତି କଣ ରହିବ ସେ ନେଇ ମନ୍ତ୍ର ଦେଇଥିଲେ ପ୍ରଧାନମନ୍ତ୍ରୀ । ଆଜି ପ୍ରଧାନମନ୍ତ୍ରୀ ଗୁଜରାଟର ୪ଟି ନିର୍ବାଚନୀ ସଭାରେ ଉଦବୋଧନ ଦେବେ । ଦିନ ୧୧ଟାରେ ଆନନ୍ଦ, ଦିନ ୧ଟାରେ ସୁରେନ୍ଦ୍ରନଗର, ଦିନ ୩ଟା ୧୫ରେ ଜୁନାଗଡ ଓ ଅପରାହ୍ନ ୫ଟା ୧୫ରେ ଜାମନଗରରେ ପ୍ରଚାର କରିବେ ମୋଦି । ଗତକାଲି ପ୍ରଧାନମନ୍ତ୍ରୀ ବନସକଣ୍ଠା ଓ ସାବରକଣ୍ଠାରେ ପ୍ରଚାର କରିଥିଲେ । ଏଥର ବିଜେପିର ନାରା ରହିଛି ଅବ କି ବାର, ୪୦୦ ପାର୍ ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Post a Comment (0)
Previous Post Next Post