ଗରମରେ : କେମିତି ପିଇବେ ଚା କିମ୍ଵା କଫି

 ଅର୍ଗସ ବ୍ୟୁରୋ: ଚା ପିଇବାକୁ ଭଲପାଉଥିବା ଲୋକମାନେ ଜାଣିଛନ୍ତିକି  ଗ୍ରୀଷ୍ମ ତୁରେ ଏହାକୁ ପିଇବାର ସଠିକ୍ ଉପାୟ କ’ଣ ଏବଂ ଗୋଟିଏ ଦିନରେ କେତେ କପ୍ ପିଇବା ଉଚିତ୍ ।

ଗ୍ରୀଷ୍ମ ତୁରେ ଅଧିକ ଚା ପିଇବା ଦ୍ୱାରା ଶରୀର ପାଇଁ କ୍ଷତି ହୋଇଥାଏ ।  ଅଧିକ ଚା ପିଇବା ଦ୍ୱାରା ଶରୀରରେ ଡିହାଇଡ୍ରେସନ୍ ହୋଇପାରେ । ଚା ପିଉଥିଵା ଲୋକ ମାନେ ଗରମ କିମ୍ବା ଥଣ୍ଡା ଦେଖନ୍ତି ନାହିଁ ସେମାନେ କେବଳ ଚା କପ୍ ଏବଂ ଏଥିରୁ ଆସୁଥିବା ସ୍ଵାଦକୁ ଦେଖନ୍ତି । 

ଅନେକ ଲେକଙ୍କର ଦିନ ଚା ପିଇବା ସହିତ ଆରମ୍ଭ ହୁଏ ।  ଗ୍ରୀଷ୍ମ  ତୁରେ ଅତ୍ୟଧିକ ଚା ପିଇବା ଦ୍ୱାରା ପେଟ ଗ୍ୟାସ ଏବଂ ପେଟ ଗରମ ହୋଇଥାଏ । ଗ୍ରୀଷ୍ମ  ତୁରେ ଅଧିକ ଚା ଏବଂ କଫି ନ ପିଇବାକୁ ମଧ୍ୟ ଡାକ୍ତର କହିଥାନ୍ତି । ଯଦି ଆପଣ ଚା କୁ ଭଲ ପାଆନ୍ତି ତେବେ ସଂପୂର୍ଣ୍ଣ ବନ୍ଦ କରିବା କଷ୍ଟକର ହୋଇପାରେ 

ଯେଉଁ ବ୍ୟକ୍ତିମାନେ ଚା କିମ୍ଵା କଫି ସବୁବେଳ ପସନ୍ଦ କରିଥାନ୍ତି ସେମାନେ ଚା ପିଇଵା ପୂର୍ବରୁ ଏକ ଗ୍ଲାସ ପାଣି ପିଅନ୍ତୁ । ଏହା କରିବା ଦ୍ଵାରା ଚା’ର ପ୍ରଭାବ ସାମାନ୍ୟ କମିଯାଇ ପାରେ । ଯଦି ଆପଣ ଏକ କପ୍ ଚା ପିଇଛନ୍ତି ତେବେ ଆପଣଙ୍କୁ ଏଥିପାଇଁ ଏକ ଗ୍ଲାସ୍ ପାଣି ପିଇବାକୁ ପଡିବ । ଯଦି ଆପଣ ଦିନକୁ ୩ କପ୍ ଚା ପିଉଛନ୍ତି, ତେବେ ଆପଣ ୪ ଗ୍ଲାସ ପାଣି ପିଅନ୍ତୁ 
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:


Post a Comment (0)
Previous Post Next Post