ରାଜ୍ୟରେ ୨୫ବର୍ଷର ସ୍ଥିର ସରକାର ଶାସନ, ଏବେବି ଜଳ ପାଇଁ ହା ହା କାର


 

ଅର୍ଗସ ବ୍ୟୁରୋ:  ଦୁର୍ଗମରେ ଜଳ କଷ୍ଟ। ପ୍ରଚାରରେ ସୀମିତ ବସୁଧା। ରାଜ୍ୟରେ ପାରଦ ଉପର ମୁହାଁ ଥିବା ବେଳେ, ଗ୍ରାମାଞ୍ଚଳରେ ପାନୀୟ ଜଳ ପାଇଁ ହାହା କାର। ରାତି ପାହିଲେ ଲୋକଙ୍କୁ ଘାରୁଛି ପାଣି ଚିନ୍ତା। ମୟୂରଭଞ୍ଜ କେନ୍ଦୁଆ ଗ୍ରାମପଞ୍ଚାୟତର ମାଠାବେଡା ଢୀପାସାହି ଗାଁ ।  ଗାଁରେ ଜଳସଂକଟ ଉତ୍କଟ ହେବାରେ ଲାଗିଛି। ଗାଁରେ ଥିବା ଏକମାତ୍ର ସରକାରୀ କୂଅରୁ ବାହାରୁଛି ଗୋଳିଆ ପାଣି । ତାହା ପୁଣି ଅଳ୍ପ ସମୟ ପରେ ଶୁଖି ଯାଉଛି । ଫଳରେ ପାଣି ପାଇଁ ମହିଳାଙ୍କୁ ଦୀର୍ଘ ୨କିଲୋମିଟର ଚାଲିବାକୁ ପଡୁଛି । ସେହିପରି ପାଖରେ ଥିବା ନଦୀ ନାଳ ଶୁଖିଯିବାରୁ ନିତ୍ୟକର୍ମ ପାଇଁ ୩କିଲୋମିଟର ଦୁରକୁ ଯିବାକୁପଡୁଛି । ଜଳ ଯୋଗାଣ ପାଇଁ ମାଟିତଳେ ପାଇପ ପକାଯାଇଛି ସତ ହେଲେ ଏଯାବତ ପାଣି ଯୋଗାଯାଇ ପାରିନି। ଶେଷରେ ନିରାସ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ମାଠାବେଡା ଢୀପାସାହିର ପ୍ରାୟ ସମସ୍ତେ ଆଦିବାସୀ ପରିବାର।  ଦିନ ମଜୁରି କରି ଏମାନେ ପରିବାର ପୋଶନ୍ତି । ମାତ୍ର ଏଯାଏଁ ପକ୍କା ଘର ଯୋଜନା ଏମାଙ୍କ ପାଇଁ ସାତସପନ ପାଲଟିଛି । କିଏ ଗଛମୁଳେ ଜରିପାଲ ଟାଙ୍ଗୀ ରହୁଛି ତ କିଏ ଭଙ୍ଗା ଚାଳଛପର ଉପରେ ଜରି ଢାଙ୍କି ଜୀବନ ଅତିବାହିତ କରୁଛନ୍ତି । ଥରେ ଦେଖନ୍ତୁ ଏହି ଚିତ୍ରକୁ , ଏ ବୃଦ୍ଧା ଜଣକ ହେଉଛନ୍ତି ଚିତ୍ତ ମାଝୀ । ୨୦୧୩ ଫାଇଲିନରେ ବୃଦ୍ଧାଙ୍କ ଘର ଭାଙ୍ଗି ଯିବାପରେ ଆଦିବାସୀ ବୃଦ୍ଧା ଜଣକ ଜରିପାଲ ତଳେ ରହୁଛନ୍ତି । କେବଳ ଚିତ୍ତ ନୁହଁନ୍ତି , ଗାଁର ପ୍ରାୟ ସମସ୍ତେ ଯୋଗ୍ୟ ହୀତାଧିକାରୀ ହୋଇଥାଇ ମଧ୍ୟ ପକ୍କା ଘର ଯୋଜନାରେ ସାମିଲ ହୋଇ ପାରିନାହାନ୍ତି । ଆଦିବାସୀଙ୍କ ବିକାଶକୁ ନେଇ ଡିଂଡିମ ପିଟୁଥିବା ରାଜ୍ୟ ସରକାର କେତେଦିନ ଆଉ ମିଛ ପ୍ରତିଶ୍ରୁତି ଦେବେ । ପାନୀୟ ଜଳ, ରାସ୍ତା ଓ ଆବସ ଯୋଜନା ରୁ ବଞ୍ଚିତ ଏହି ମାଠାବେଡା ଢିପାସାହ ଗ୍ରାମବାସୀଙ୍କ ଦୁଃଖ ଦୁର ପାଇଁ ସରକାର ଆଗାମୀ ଦିନରେ କି ପଦକ୍ଷେପ ନେଉଛନ୍ତି ତା ଉପରେ ରହିଛି ସମସ୍ତଙ୍କ ନଜର ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post