ଦୀପ ତଳ ଅନ୍ଧାର, ୫ଟି ଗାଁ କୁ ନାହିଁ ଭଲ ରାସ୍ତା



 ଅର୍ଗସ ବ୍ୟୁରୋ:  ଆଦିବାସୀଙ୍କୁ ବିକାଶ ଧୋକା । ରାଜ୍ୟ ସରକାରଙ୍କ ଚରମ ଅବହେଳା ହେତୁ ପକ୍କାରାସ୍ତାରୁ ବଞ୍ଚିତ ଦୁର୍ଗମବାସୀ। ଦେବଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଜିଲ୍ଲାର ଆଦିବାସୀ ବହୁଳ କଲଣ୍ଡା ପଞ୍ଚାୟତରେ ଥିବା ୫ଖଣ୍ଡ ଗାଁକୁ ଯିବା ପାଇଁ ଭଲ ରାସ୍ତା ନାହିଁ। ପଞ୍ଚାୟତର କାଳିଆ କଟା, ଚଡ଼କ ମରା,ବଣ୍ଡା ଏବଂ ଝରିପାଣି ଗାଁକୁ ଏ ପର୍ଯ୍ୟନ୍ତ ପକ୍କା ରାସ୍ତା ସଂଯୋଗ ହୋଇ ପାରିନି।  ଗାଁକୁ ପକ୍କା ରାସ୍ତା ନଥିବାରୁ ଆସିପାରୁନି ଚାରିଚକିଆ ଗାଡି। ଫଳରେ ସ୍ଥାନୀୟବାସିନ୍ଦାଙ୍କୁ ଅଧିକ ୧୦କିଲୋମିଟର ରାସ୍ତା ବୁଲି ଯିବାକୁ ପଡୁଛି।

ଖାଲି ରାସ୍ତା ନୁହେଁ ଗାଁରେ ମିଳୁନି ବିଶୁଦ୍ଧ ପାନୀୟ ଜଳ। ନଳକୂପ ଅଛି ହେଲେ ଆସୁନି ପାଣି। ବସୁଧା ଯୋଜନାରେ ପାଣି ପାଇପ ପଡ଼ିଛି ହେଲେ ପାଣି ଆସୁ ନାହିଁ। ସେଭଳି ପଞ୍ଚୟତରେ ନାହିଁ ସ୍ବାସ୍ଥ୍ୟ କେନ୍ଦ୍ର। ଫଳରେ ଉତ୍ତମ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି ଅଞ୍ଚଳବାସୀ। ଆବାସ ଯୋଜନାରେ ଏହି ନିରିହ ଆଦିବାସୀଙ୍କୁ ଆବାସ ମିଳିନି । ଏବେବି ଝାଟିମାଟିର ଘରେ ରହି ପକ୍କାଘରର ସ୍ବପ୍ନ ଦେଖୁଛନ୍ତି ଅଞ୍ଚଳବାସୀ। ଆଦିବାସୀଙ୍କ ଉନ୍ନତି ପାଇଁ ସରକାର ଯୋଜନା କରୁଥିବା କହି ପ୍ରଚାର କରୁଥିବା ବେଳେ ଏ ହେଉଛି ୨୪ ବର୍ଷର ସ୍ଥିର ସରକାରର ଚିତ୍ର। ଏଠି ପଡିନି ବିକାଶର ପାଦ। ବାଟମାରଣା ହୋଇଛି ବିକାଶ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post