ରୋମାଞ୍ଚକର ସ୍ଥିତିରେ IPL-2024, ପ୍ଲେଅଫ୍‌ରେ ଆର୍‌ସିବି

 ଅର୍ଗସ ବ୍ୟୁରୋ: ରୋମାଞ୍ଚକର ସ୍ଥିତିରେ IPL-2024 । ପ୍ଲେଅଫ୍‌ରେ ଆର୍‌ସିବି । ଚେନ୍ନାଇ ସୁପର୍ କିଙ୍ଗ୍ସକୁ ପଛକୁ ହଟାଇ ଅପ୍ରତ୍ୟାଶିତ ଭାବେ ପ୍ଲେଅଫ୍ ଯୋଗ୍ୟତା ଅର୍ଜନ କରିଛି  ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ସିଏସ୍‌କେକୁ ୧୯୧ ରନ୍‌ରେ ରୋକି ବିଦାୟ ରାସ୍ତା ଦେଖାଇଛି ଆର୍‌ସିବି । ଉଭୟ ଦଳ ୧୪ ପଏଣ୍ଟରେ ପହଞ୍ଚି ଯିବାରୁ ଉନ୍ନତ ଏନ୍‌ଆର୍‌ଆର୍‌ ବଳରେ ଆର୍‌ସିବି ପ୍ଲେଅଫ୍‌ର ଚତୁର୍ଥ ସ୍ଥାନ ଦଖଲ କରି ନେଇଛି । ସିଏସ୍‌କେକୁ ବିଜୟ ପାଇଁ ୨୧୯ ରନ୍ ଆବଶ୍ୟକ ପଡ଼ିଥିଲେ ମଧ୍ୟ ଯୋଗ୍ୟତା ଅର୍ଜନ ଲାଗି ୨୦୧ ରନ୍ ଦରକାର ଥିଲା। ଶେଷ ଦୁଇ ଓଭରରୁ ୩୫ ରନ୍ ଲୋଡ଼ା ପଡ଼ିବା ପରେ ଧୋନି-ଜାଡ଼େଜା ଯୋଡ଼ି ୧୯ତମ ଓଭରରୁ ୧୮ ରନ୍ ଆଦାୟ କରିଥିଲେ।

୨୦ତମ ଓଭର ପ୍ରଥମ ବଲ୍‌କୁ ଧୋନି ୧୧୦ ମିଟରର ଲମ୍ବା ଛକା ମାରିଥିଲେ ମଧ୍ୟ ପରବର୍ତ୍ତୀ ବଲ୍‌ରେ ଆଉଟ୍ ହୋଇଥିଲେ । ୟଶ ଦୟାଲ ଶେଷ ୪ ବଲ୍‌ରେ ମାତ୍ର ଗୋଟିଏ ରନ୍ ଦେଇ ବାଜି ଓଲଟାଇ ଦେଇଥିଲେ । ବିଜେତା ‌ସିଏସ୍‌କେର ବିଦାୟ ସହ ମହେନ୍ଦ୍ର ସିଂହ ଧୋନିଙ୍କ ଆଇପିଏଲ୍ ଜୀବନ ଶେଷ ‌ହୋଇଯାଇଥିବା ଚର୍ଚ୍ଚା ଆରମ୍ଭ ହୋଇଛି।


Post a Comment (0)
Previous Post Next Post