ଅଭିଳାଷ ପଣ୍ଡାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ଆଉ 5 ଜଣ ଗିରଫ


 

ଭଦ୍ରକ: ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ରାଜନୈତିକ ହିଂସା ଓ ବିଜେପିର ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ଆଉ 5 ଜଣ ଗିରଫ ହୋଇଛନ୍ତି । ମୋଟ 10 ଜଣ ଏହି ଘଟଣାରେ ଗିରଫ ହୋଇଛନ୍ତି ବୋଲି ଭଦ୍ରକ ଆରକ୍ଷୀ ଅଧକ୍ଷକ ସୂଚନା ଦେଇଛନ୍ତି । 

ମେ 29 ତାରିଖ ଦିନ ପରାଜୟ ଭୟରେ ରକ୍ତମୁଖା ସାଜିଥିଲା ବିଜେଡି । ବାସୁଦେବପୁର କରଞ୍ଜମାଳ ଧାନକୁଟା ଛକରେ ରାଜ୍ୟ BJP ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ କରିଥିଲା । ଧାନକୁଟା ଛକ ନିକଟରେ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ସହ ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁଜିତ ସିଂଙ୍କୁ ବିଜେଡି ଦଳର ନେତା ରମେଶ ନାୟକ, ତାଙ୍କ ଭାଇ ଓ ସମର୍ଥକ ମରଣାଆତ୍ମକ ଆକ୍ରମଣ କରିଥିଲେ । ଅଭିଳାଷଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଧାମରା ମେଡିକାଲ ପରେ ବସୁଦେବପୁର ସ୍ଥାନାନ୍ତର କରାଯାଇଥିଲା । 

ଆହୁରି ପଢନ୍ତୁ ରାଜନୀତି ଖବର...

Post a Comment (0)
Previous Post Next Post