ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର 17 ତାରିଖରେ ଶୁଭାରମ୍ଭ ହେବ `ସୁଭଦ୍ରା’ ଯୋଜନା । ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା । `ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହେବାକୁ ଯାଉଛି । `ସେପ୍ଟେମ୍ବର 17 ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ।
ଓଡ଼ିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଭାରେ ସାଢ଼େ 5 ଲକ୍ଷ ମହିଳାଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ କରିବେ ଯୋଜନାର ଶୁଭାରମ୍ଭ । `ସେପ୍ଟେମ୍ବର 17 ତାରିଖରେ ରିଲିଜ୍ ହେବ ସୁଭଦ୍ରା ଯୋଜନାର ଟଙ୍କା’ । ରାଜ୍ୟର ପ୍ରତି ମହିଳାଙ୍କୁ ମିଳିବ 50 ହଜାର ଟଙ୍କାର କ୍ୟାସ୍ ଭାଉଚର ।
ଅଧିକ ପଢନ୍ତୁ ଓଡ଼ିଶା ଖବର