ପ୍ରଦର୍ଶନୀ ପଡ଼ିଆରେ ବିଜେପି ପାଳିବ ବିଜୟ ଉତ୍ସବ


 

ଭୁବନେଶ୍ୱର:  ଶପଥ ଗ୍ରହଣ ପରେ ବିଜେପିର ଆଉ ଏକ ବଡ଼ ଜନସମାବେଶ । ଆଜି ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ନବନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ସମ୍ବର୍ଦ୍ଧନା ନାଁରେ ଦଳ ପାଳିବ ବିଜୟ ଉତ୍ସବ ।  ଏଥିରେ 10 ହଜାରରୁ ଅଧିକ ଦଳୀୟ ପଦାଧିକାରୀ, ନେତା ଓ କର୍ମୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ନିର୍ବାଚନ ଇସ୍ତାହାରରେ ଯାହା କହିଥିଲା ବିଜେପି ତାକୁ ପୂରଣ କରିବାକୁ ବଦ୍ଧ ପରିକର । ରାଜ୍ୟବାସୀଙ୍କ ଆଗରେ ପ୍ରତିଶ୍ରୁତି ଦୋହାରାଇବାକୁ ଦଳର ଶକ୍ତି ପ୍ରଦର୍ଶନ ପରିକଳ୍ପନା ନୂଆ ସରକାର, ନୂଆ ଉତ୍ସାହ ।

ନବ ନିର୍ବାଚିତ ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବ ବିଜେପି । ବିଜେପିର ସମସ୍ତ ମଣ୍ଡଳ ସଭାପତି, ସାଧାରଣ ସମ୍ପାଦକ, ଜିଲ୍ଲା ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟ, ରାଷ୍ଟ୍ରୀୟ ଓ ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ, ରାଜ୍ୟ ଓ କେନ୍ଦ୍ରରେ ମୋର୍ଚ୍ଚା ଦାୟିତ୍ବ ନେଇଥିନା ଓଡିଶାର ସଦସ୍ୟ ଯୋଗ ଦେବେ। ଏହା ସହ 10 ହଜାର କାର୍ଯ୍ୟକର୍ତ୍ତା ଗୋଟିଏ ସ୍ଥାନରେ ମୋଦିଙ୍କ ତୃତୀୟ ପାଳିର ପ୍ରଥମ ମନ କୀ ବାତ୍ କାର୍ଯ୍ୟକ୍ରମ ଶୁଣିବେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post