ଖୁବଶୀଘ୍ର ମହାନଦୀ ଜଳବିବାଦର ହେବ ସମାଧାନ

 ଅର୍ଗସ ବ୍ୟୁରୋ: ଖୁବଶୀଘ୍ର ସମାଧାନ ହେବ ମହାନଦୀ ଜଳ ବିବାଦ ମାମଲା ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ପୂର୍ବ ସରକାର ବିବାଦଦର ସମାଧାନ ପାଇଁ  ବିଶେଷ ଉଦ୍ୟମ କରି ନାହାନ୍ତି। 

ରାଜ୍ୟ ରାଜ୍ୟ ମଧ୍ୟରେ ଆଲୋଚନା ରେ ସମାଧାନ ହୋଇ ପାରିବ। ପୂର୍ବ ସରକାର ଛତିଶଗଡ଼ ସହ ଆଲୋଚନା କରିଲେ ନାହିଁ କି ସେଣ୍ଟ୍ରାଲ ୱାଟର କମିସନ ପାଖରେ ସଠିକ ତଥ୍ୟ ରଖିଲେ ନାହିଁ ଏବଂ କେନ୍ଦ୍ର ସରକାରଙ୍କ ସହାୟତା ନେବାର ଥିଲା ତାହା ବି ନେଲେ ନାହିଁ। ଆମେ ଏ ସବୁ ଉପାୟ ଅବଲମ୍ବନ କରି ସମସ୍ୟାର ସମାଧାନ କରିବୁ। 

ଜଳ ବିବାଦ ମାମଲାରେ  ଟ୍ରିବ୍ୟୁନାଲକୁ ସାହାଯ୍ୟ କରୁ ନ ଥିଲେ ପୂର୍ବ ସରକାର। ଏବେ ସ୍ଥାୟୀ ଟ୍ରିବ୍ୟୁନାଲ ଗଠନ ହୋଇଛି। ଖୁବଶୀଘ୍ର ସବୁ ତଥ୍ୟ ଟ୍ରିବ୍ୟୁନାଲ ନିକଟରେ ଦାଖଲ କରିବୁ। ଆହୁରି ମଧ୍ୟ କହିଛନ୍ତି ରାଜସ୍ୱ ସେବାକୁ ବିକଶିତ କରାଯିବ। ରାଜସ୍ୱ ମାମଲା ଗୁଡିକର ସମାଧାନ ଉପରେ ଗୁରୁତ୍ୱ ଦେବୁ।
ବିପର୍ଯ୍ୟୟର ମୁକାବିଲା ବିପର୍ଯ୍ୟୟର ସମାଧାନ ଉପରେ ଗୁରୁତ୍ୱ ଦେବୁ। ଏହି କ୍ଷେତ୍ରରେ ବିଶେଷଜ୍ଞଙ୍କ ପରାମର୍ଶ ସହ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର କରାଯିବ। ତହସିଲ ଅଫିସରୁ ସମସ୍ତ ପ୍ରମାଣ ପତ୍ର ନିର୍ଦ୍ଦିଷ୍ଟ ସମୟରେ ପାଇବେ ଆବେଦନର କାରୀ। ତହସିଲଦାର ଅଫିସରୁ ଦଲାଲ ରାଜ୍ ମଧ୍ୟ ବନ୍ଦ କରାଯିବ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର

Post a Comment (0)
Previous Post Next Post