ବର୍ଷା ପରେ ଗୁଳୁଗୁଳିରୁ ସାମାନ୍ୟ ଆସ୍ବସ୍ତି

 ଭୁବନେଶ୍ୱର:  ବର୍ଷାରେ ଭିଜିଲା ଭୁବନେଶ୍ୱର। ପ୍ରବଳ ବର୍ଷାରେ  ବେହାଲ ହେଲା ରାଜଧାନୀ। ବର୍ଷାକୁ  ନେଇ ବିଭିନ୍ନ  ସ୍ଥାନରେ  ଟ୍ରାଫିକ ଜାମ ଦେଖିବାକୁ ମିଳିଛି। ବର୍ଷା ପରେ ଗୁଳୁଗୁଳିରୁ ସାମାନ୍ୟ  ଆସ୍ବସ୍ତି ମିଳିଛି। ଗତକାଲି ବଙ୍ଗୋପସାଗରରେ  ସୃଷ୍ଟି  ହୋଇଥିବା ଘୁର୍ଣ୍ଣିବଳୟ  ଆଜି ସକ୍ରିୟ  ଥିବା  ବେଳେ ରାଜ୍ୟରେ  ମୌସୁମୀ  ବି ସକ୍ରିୟ ରହିଛି।

ପ୍ରଭାବରେ ସାରା ରାଜ୍ୟରେ ୪ ଦିନ  ଯାଏ ବିଜୁଳି  ଘଡ଼ଘଡ଼ି ସହ  ବର୍ଷା  ହେବାର  ସମ୍ଭାବନା  ଥିବା  ବେଳେ  କିଛି  ସ୍ଥାନରେ ପ୍ରବଳ  ବର୍ଷା ନେଇ ପୂର୍ବାନୁମାନ କରିଛି  ପାଣିପାଗ  ବିଭାଗ। ଆସନ୍ତା  ୨୪ ଘଂଟାରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସହ ୯  ଜିଲ୍ଲାରେ ପ୍ରବଳ ବର୍ଷା  ସମ୍ଭାବନା।  ୨୯ ତାରିଖ ଯାଏ ପ୍ରବଳ ବର୍ଷାର ସମ୍ଭାବନା ଥିବା ବେଳେ ବିଜୁଳି ଘଡଘଡି ପ୍ରତି ସତର୍କତା ଅବଲମ୍ବନ  ପାଇଁ  ପରାମର୍ଶ ଦେଇଛି ପାଣିପାଗ  ବିଭାଗ। 

ଅଧିକ ପଢନ୍ତୁ ଓଡ଼ିଶା ଖବର

Post a Comment (0)
Previous Post Next Post