ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

 


ଅର୍ଗସ ବ୍ୟୁରୋ: ଜନ୍ମ ଦିନରେ ମହାପ୍ରଭୁଙ୍କ ଦର୍ଶନ କରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନୂଆଦିଲ୍ଲୀର ତ୍ୟାଗରାଜ ଜଗନ୍ନାଥ ମନ୍ଦିର ରେ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି ରାଷ୍ଟ୍ରପତି। ସେହିପରି ଦେଶ ବସୀଙ୍କ କଲ୍ୟାଣ ଏବଂ ଦେଶର ପ୍ରଗତି ପାଇଁ ସେ ପ୍ରର୍ଥନା କରିଥିବା ନେଇ ସୋସିଆଲ ମିଡ଼ିଆ ପୋଷ୍ଟର କହିଛନ୍ତି।

ଆଜି ମହାମହୀମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୬ତମ ଜନ୍ମଦିବସ । ୧୯୫୮ ମସିହା ଆଜିର ଦିନରେ ମୟୂରଭଞ୍ଜ ଜିଲ୍ଲା ଉପରବେଡ଼ା ଗ୍ରାମରେ ଏକ ସାନ୍ତାଳୀ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ।  ତାଙ୍କ ମୂଳ ନାମ ପୁତି ଟୁଡୁ ଥିଲା । ତାଙ୍କୁ ତାଙ୍କ ସ୍କୁଲରେ ଶିକ୍ଷକ ଦ୍ରୌପଦୀ ନାମ ଦେଇଥିଲେ । ପିତାଙ୍କ ନାମ ଥିଲା ବିରଞ୍ଜି ନାରାୟଣ ଟୁଡୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉବରବଡ଼ୋ ପ୍ରାଥମିକ ବିଦ୍ୟାଳୟରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ ।ତା'ପରେ ଭୁବନେଶ୍ବର ଆସି ୟୁନିଟ୍‌-୨ ବାଳିକା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ କରିଥିଲେ ଓ ରମାଦେବୀ ମହିଳା ମହାବିଦ୍ୟାଳୟରେ କଳାରେ ସ୍ନାତକ ପର୍ଯ୍ୟନ୍ତ ଶିକ୍ଷାଗ୍ରହଣ କରିଥିଲେ 

ଅଧିକ ପଢନ୍ତୁ ଭାରତ ଖବର

Post a Comment (0)
Previous Post Next Post