ଦେଶରେ ମୋଦି ହାୱା ସାମ୍ନାରେ ମାଟି କାମୁଡ଼ିଛନ୍ତି ବିରୋଧୀ


 

ଅର୍ଗସ ବ୍ୟୁରୋ:  ସତ ହେଲା ପୂର୍ବାନୁମାନ। ଦେଶରେ ମୋଦି ହାୱା ସାମ୍ନାରେ ମାଟି କାମୁଡ଼ିଛନ୍ତି ବିରୋଧୀ। ଶେଷ ପର୍ଯ୍ୟାୟ ନିର୍ବାଚନ ପରେ ଆସିଥିବା ସମସ୍ତ ଏକଜିଟ୍ ପୋଲ ସର୍ଭେରେ ଦେଶରେ ଜୋରଦାର ମୋଦି ଲହରର ଆକଳନ କରାଯାଇଛି। ସ୍ପଷ୍ଟ ବହୁମତ ସହ ଦେଶରେ ଲଗାତାର ତୃତୀୟ ଥର ପାଇଁ ଗଠନ ହେବ NDA ସରକାର। ସାଧାରଣ ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ହିଁ ମୋଦି ନାରା ଦେଇଥିଲେ ଦେଶରେ ଏଥର NDA 400 ପାର୍। ଏକଜିଟ୍ ପୋଲ୍ ରିପୋର୍ଟ ବି ସେହି ଆଡ଼କୁ ଇସାରା କରିଛି।

- ଇଣ୍ଡିଆ ଟୁଡେ -ଆକ୍ସିସ୍ ମାଇଁ ଇଣ୍ଡିଆ ଓ CNX ଏକଜିଟ୍‌ ପୋଲ୍‌ରେ NDAକୁ 400ରୁ ଅଧିକ ସିଟ୍ ମିଳିବ। ବିରୋଧୀ ଇଣ୍ଡି ମେଣ୍ଟକୁ 131ରୁ 166 ମଧ୍ୟରେ ଆସନ ମିଳୁଥିବା ରିପୋର୍ଟରେ ଦେଖାଯାଇଛି।
-ରିପବ୍ଲିକ୍‌ MATRIZE ଏକଜିଟ୍‌ ପୋଲ୍‌ରେ NDA: 353-368, ଇଣ୍ଡି ମେଣ୍ଟକୁ 118-133 ସିଟ୍ ମିଳିବା ଦେଖାଯାଇଛି। ଅନ୍ୟାନ୍ୟ ଦଳକୁ ମିଳିପାରେ 43-48 ସିଟ୍। 
-ଜନ୍ କି ବାତ୍ ଏକ୍‌ଜିଟ୍ ପୋଲ୍‌ ଏକ୍‌ଜିଟ୍ ପୋଲ୍‌ NDA: 362-392, ଇଣ୍ଡି ମେଣ୍ଟକୁ 141-161 ସିଟ୍ ପାଉଥିବା ପୂର୍ବାନୁମାନ କରିଛି। ଅନ୍ୟାନ୍ୟ ଦଳକୁ ମିଳିପାରେ 10-20 ସିଟ୍। 
-NDTV ଏକ୍‌ଜିଟ୍ ପୋଲରେ NDAକୁ 365, ଇଣ୍ଡି ମେଣ୍ଟକୁ 142, ଅନ୍ୟାନ୍ୟ ଦଳଙ୍କୁ 36 ସିଟ୍ ମିଳୁଥିବା କୁହାଯାଇଛି। 
-ନ୍ୟୁଜ୍ ନେସନ୍ ଏକ୍‌ଜିଟ୍ ପୋଲ ଅନୁସାରେ NDA: 342-378, ଇଣ୍ଡି ମେଣ୍ଟକୁ 153-169 ସିଟ୍ ଓ ଅନ୍ୟାନ୍ୟ ଦଳଙ୍କୁ ମିଳିପାରେ 21-23 ସିଟ୍। 
-ସେହିପରି ABP C Voterର ଏକ୍‌ଜିଟ୍ ପୋଲ୍‌ ଅନୁସାରେ ଏନଡିଏକୁ 353ରୁ 383ଟି ଲୋକସଭା ଆସନ ମିଳିପାରେ । ଇଣ୍ଡି ମେଣ୍ଟକୁ ମିଳିପାରେ 152ରୁ 182ଟି ଲୋକସଭା ଆସନ । ଅନ୍ୟାନ୍ୟ ଦଳଙ୍କୁ ମିଳିପାରେ 4ରୁ 12ଟି ସିଟ୍।

-TV-5 ତେଲଗୁ ଏକ୍‌ଜିଟ୍ ପୋଲ୍ ଅନୁସାରେ NDAକୁ ସ୍ପଷ୍ଟ ବହୁମତ ମିଳିପାରେ । NDAକୁ 359, ଇଣ୍ଡି ମେଣ୍ଟକୁ 154, ଅନ୍ୟାନ୍ୟ ଦଳକୁ ମିଳିପାରେ 30 ସିଟ୍ ।
-ସେହିପରେ ରିପବ୍ଲିକ୍‌ PMARQ ଏକଜିଟ୍‌ ପୋଲ୍‌ ଆକଳନରେ NDAକୁ ସ୍ପଷ୍ଟ ବହୁମତ ମିଳିଛି। NDA- 359, ଇଣ୍ଡି ମେଣ୍ଟକୁ 154, ଅନ୍ୟାନ୍ୟ ଦଳକୁ ମିଳିପାରେ 30 ସିଟ୍ ।

-ଡି ଡାଇନାମିକ୍‌ ଏକ୍‌ଜିଟ୍ ପୋଲ୍‌ NDA: 371, ଇଣ୍ଡି ମେଣ୍ଟକୁ 125, ଅନ୍ୟାନ୍ୟ ଦଳ - 147 ସିଟ୍ ପାଇବ ବୋଲି ଆକଳନ କରିଛି।

ଅଧିକ ପଢ଼ନ୍ତୁ ଦେଶ ଖବର:

Post a Comment (0)
Previous Post Next Post