ଅର୍ଗସ ବ୍ୟୁରୋ: ସରିଛି ଦେଶରେ ନିର୍ବାଚନ ପ୍ରକ୍ରିୟା। ଇଭିଏମରେ ସିଲ ହୋଇଛି ହଜାର ହଜାର ପ୍ରାର୍ଥୀଙ୍କ ଭାଗ୍ୟ। ଭୋଟ ସରିବା ପରେ ବିଭିନ୍ନ ଏଜେନ୍ସି ପକ୍ଷରୁ ପ୍ରକାଶ ପାଇଛି ଭୋଟ ବାହୁଡ଼ା ମତ ବା Exit Poll. ଏହି ନିର୍ବାଚନରେ ୨୦ଲକ୍ଷରୁ ଅଧିକ ଲୋକଙ୍କୁ ସର୍ଭେରେ ସାମିଲ କରାଯାଇଥିଲା। ୨୦୧୯ ତୁଳନାରେ ବିଜେପି ଅଧିକ ସିଟ ଦଖଲ କରିଛି ବୋଲି ବିଜେପି ଦୃଢୋକ୍ତି କରିଛି।
ପୁଣି NDA ସରକାର ହେବ ବୋଲି କହିଲେ ପ୍ରଧାନମନ୍ତ୍ରୀ। କେନ୍ଦ୍ରରେ ମୋଦି ସରକାରଙ୍କ ତୃତୀୟ ପାଳି ପକ୍କା ନେଇ ଦମ୍ଭୋକ୍ତି। ସୋସିଆଲ୍ ମିଡିଆ `X'ରେ ପୋଷ୍ଟ କଲେ ପ୍ରଧାନମନ୍ତ୍ରୀ ମୋଦି
କେନ୍ଦ୍ରୀୟ ଯୋଜନା ବିନା ବାଟମାରଣାରେ ଲୋକଙ୍କ ପାଖେ ପହଞ୍ଚୁଛି। `ଇଣ୍ଡି ମେଣ୍ଟ ଜାତିବାଦୀ, ସାମ୍ପ୍ରଦାୟିକ, ଭ୍ରଷ୍ଟ ଓ ଦୁର୍ନୀତିଗ୍ରସ୍ତ' ବୋଲି ମୋଦି କହିଛନ୍ତି।
`ଇଣ୍ଡି ମେଣ୍ଟ' ମୋଦିଙ୍କୁ ଗାଳି ଦେଉଥିଲେ, ଲୋକେ କିନ୍ତୁ ଏହାର କଡ଼ା ଜବାବ ଦେଲେ'। NDA ଉପରେ ଭରସା କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଲେ ମୋଦି।
ଅଧିକ ପଢ଼ନ୍ତୁ ନିର୍ବାଚନ ଖବର
