ଜୁନ ୧୨ରେ ଶପଥ ଗ୍ରହଣ ସମାରୋହ

 ନୂଆଦିଲ୍ଲୀ:  ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚନ୍ଦ୍ରବାବୁ ନାଇଡୁ । ଜୁନ ୧୨ରେ ଶପଥ ଗ୍ରହଣ ସମାରୋହ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ । ୭୪ ବର୍ଷ ବୟସ୍କ ଚନ୍ଦ୍ରବାବୁ ନାଇଡୁ ଚତୁର୍ଥ ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ହେବେ । ଏହା ପୂର୍ବରୁ ସେ ୧୯୯୫ରୁ ୨୦୦୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲେ ।  

ବିଧାନସଭା ନିର୍ବାଚନରେ ଟିଡିପି ମେଣ୍ଟକୁ ପୂର୍ଣ୍ଣ ବହୁମତ ମିଳିଛି । ୧୭୫ ଆସନରୁ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପିକୁ ଏକାକୀ ୧୩୧ଟି ସିଟ୍ ମିଳିଛି । ୨୦୧୯ରେ ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥିଲା । କିନ୍ତୁ ୫ବର୍ଷ ପରେ ଟିଡିପି, ବିଜେପି ଓ ପବନ କଲ୍ୟାଣଙ୍କ ଜନ ସେନା ପାର୍ଟି ମିଶି ବିପୁଳ ସଂଖ୍ୟା ଗରିଷ୍ଠତା ହାସଲ କରିଛନ୍ତି  ।

ଅଧିକ ପଢନ୍ତୁ ଓଡ଼ିଶା ଖବର 


Post a Comment (0)
Previous Post Next Post