ସରି ଆସୁଛି ଇନ୍ଧନ, ମହକାଶରୁ କେମିତି ଫେରିବେ ସୁନିତା...



 ଅର୍ଗସ ବ୍ୟୁରୋ : ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍‌ସ ଓ ତାଙ୍କର ସହଯୋଗୀ ବଚ୍‌ ୱିଲମୋର ପୃଥିବୀ ଫେରିବା ନେଇ ଏବେ ଘନେଇଲାଣି ବିପଦ । ସେପଟେ ସରି ଆସୁଛି ଇନ୍ଧନ । ଆମେରିକା ସ୍ପେସ୍ ଏଜେନ୍ସି ନାସା, ସୁନିତା ଓ ତାଙ୍କ ସାଥିଙ୍କ ସହ ଯୋଗାଯୋଗରେ ଥିଲେ ମଧ୍ୟ ଯାନ୍ତ୍ରିକ ତ୍ରୁଟି ସୁଧୁରୁନଥିବା ସୂଚନା ମିଳିଛି । ତେବେ ଜୁନ୍ ୧୪ରେ ସେମାନଙ୍କୁ ମହାକାଶରୁ ପୃଥିବୀକୁ ଫେରିବାର ଥିଲା । ହେଲେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସୁନିତା ଓ୍ବଲିୟମ୍ସ ଓ ତାଙ୍କ ସାଥି ବଜ୍ ଓ୍ବିଲମୋର ସେଠାରେ ଫସି ରହିଛନ୍ତି ।

ଅଧିକ ପଢନ୍ତୁ : ଚନ୍ଦ୍ରରୁ ଆସିଲା ୨୫ ଲକ୍ଷ ବର୍ଷ ପୁରୁଣା ପଥର ଓ ମାଟି

ଉଭୟ ଜୁନ୍ ୫ ରେ ବୋଇଂ ଷ୍ଟାରଲାଇନରର ମହାକାଶଯାନରେ ମହାକାଶକୁ ଯାଇଥିଲେ ।ଯାନ୍ତ୍ରିକ ତ୍ରୁଟିକୁ କିପରି ସୁଧାରିବେ ସେନେଇ ଚେଷ୍ଟା ଜାରି ରଖିଥିବା ବେଳେ ଏଥିରେ କୌଣସି ସୁଧାର ଦେଖାଯାଉନଥିବା ସୂଚନା ମିଳୁଛି । ଯାହାପରେ ଏବେ ସୁନିତାଙ୍କ ଫେରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

Post a Comment (0)
Previous Post Next Post