ଅର୍ଗସ ବ୍ୟୁରୋ : ଆଜିଠାରୁ ଆରମ୍ଭ ହୋଇଛି ଅମରନାଥ ଯାତ୍ରା। ଗଣ୍ଡରଓ୍ବାଲ ଜିଲ୍ଲାର ବାଲତାଲ ବେସ କ୍ୟାମ୍ପରୁ ଶ୍ରଦ୍ଧାଳୁମାନେ ଯାତ୍ରା ଆରମ୍ଭ କରିଛନ୍ତି । ବମ୍ ବମ୍ ଭୋଲେ, ଜୟ ବାବା ବରଫାନୀ, ହର ହର ମହାଦେବ ଧ୍ବନିରେ ଗୁଞ୍ଜରିତ ହେଉଛି ରାସ୍ତା । ପ୍ରଥମ ବ୍ୟାଚରେ ୪ହଜାର ୬୦୦ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯାଇଛି । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭକ୍ତ ମାନଙ୍କ ସୁବିଧା ପାଇଁ ୧୨୫ଟି ଲଙ୍ଗର ଖୋଲାଯାଇଛି ।
ଅଧିକ ପଢନ୍ତୁ : ସାମ୍ନାକୁ ଆସିଲା ବାବା ଅମରନାଥଙ୍କ ପ୍ରଥମ ଫଟୋ
ଚଳିତବର୍ଷ ୩ ଲକ୍ଷ ୫୦ ହଜାର ଶ୍ରଦ୍ଧାଳୁ ଅମରନାଥ ଯାତ୍ରା ପାଇଁ ପଂଜୀକରଣ କରିଛନ୍ତି। ଏଥିପାଇଁ ୬ହଜାର ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି । ପ୍ରତିବର୍ଷ ଦୁଇଟି ରୁଟରେ ଶ୍ରଦ୍ଧାଳୁମାନେ ଅମରନାଥ ଦର୍ଶନ କରିଥାନ୍ତି । ଅନନ୍ତନାଗ ଜିଲ୍ଲାର ପେହେଲଗାମ୍ ରୁଟ ୪୮ କିଲୋମିଟର ହୋଇଥିବା ବେଳେ ଗଣ୍ଡରବାଲ ଜିଲ୍ଲାର ବାଲତାଲ ରୁଟ୍ ମାତ୍ର ୧୪ କିଲୋମିଟର । କିନ୍ତୁ ଏହି ରାସ୍ତା ଅତ୍ୟନ୍ତ ତୀଖ ହୋଇଥିବାରୁ ଶ୍ରଦ୍ଧାଳୁଙ୍କ ପାଇଁ ଚ୍ୟାଲେଂଜ ସୃଷ୍ଟି କରିଥାଏ ।