ନବୀନ ସରକାର ଚାପିଦେଲେ, ମୋହନ ସରକାର ଖୋଲିବେ ନ୍ୟାୟ ଫାଇଲ୍


 

ଅର୍ଗସ ବ୍ୟୁରୋ: ଚିନ୍ମୟୀ, ପରୀ, ମମିତା, ପିହୁ, ଅମୃତ. ଉଲ୍ଲାସ, ଦିପ୍ତୀକାନ୍ତ। ବିଜେଡି ସରକାର ଅମଳରେ ଅନ୍ୟାୟ, ଅତ୍ୟାଚାର, ନିର୍ଯାତନାର ଶିକାର ହୋଇଥିବା ଏସବୁ ପରିବାରକୁ ମିଳିବ କି ନ୍ୟାୟ ? ଏବେ ଏ ନେଇ ସୃଷ୍ଟି ହୋଇଛି ସମ୍ଭାବନା। ଯେଉଁ ସବୁ ସ୍ପର୍ଶକାତର ମାମଲାର ଫାଇଲ୍ ଚାପିଦେଇଥିଲେ ନବୀନ ସରକାର, ଏବେ ସେ ସବୁ ଖୋଲିବେ  ମୋହନ ସରକାର। ରାଜଦାଣ୍ଡରେ ନ୍ୟାୟ ମାଗୁଥିବା ପରିବାରଙ୍କୁ ରାଜ୍ୟ ସୁରକ୍ଷା ମିଳିବ । ପ୍ରମାଣ ନଷ୍ଟ କରିଦେଇଥିଲେ ବି ସତ ସାମ୍ନାକୁ ଆସିବ। 

ଗତବର୍ଷ ଫେବୃଆରୀ ମାସରେ ଭିସୁଟ ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କର ବୁର୍ଲାରେ ହୋଇଥିଲା ସନ୍ଦେହଜନତ ମୃତ୍ୟୁ। ଘର ଲୋକ ଅଭିଯୋଗ କରିଥିଲେ ଚିନ୍ମୟୀଙ୍କୁ ହତ୍ୟା କରାଯାଇଛି । ବିବାଦ ଘେରକୁ ଆସିଥିଲେ ଚିନ୍ମୟୀଙ୍କ ବନ୍ଧୁ ପ୍ରିତିମାନ ଦେ। ପ୍ରିତିମାନଙ୍କ ବାପା ସେତେବେଳେ ଥିଲେ ଗୃହ ବିଭାଗରେ ? ସେତେବେଳେ ନବୀନ ସରକାର ଚାପିଦେଲେ। ଏବେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଚିନ୍ମୟୀଙ୍କ ମା' । ମୁଖ୍ୟମନ୍ତ୍ରୀ ବି ଦେଇଛନ୍ତି ନ୍ୟାୟର ପ୍ରତିଶ୍ରୁତି। 

ରାଜ୍ୟର 50ରୁ ଅଧିକ ପିଡୀତ ପରିବାର ଏକାଠି ହୋଇ ଲଢୁଛନ୍ତି ନ୍ୟାୟର ଲଢେଇ । ପୂର୍ବ ନବୀନ ସରକାର ନ୍ୟାୟ ତ ଦେଲେନି ଓଲଟା ମିଛ କେସରେ ଫସାଇ ଜେଲ ପଠାଇଲେ। ନ୍ୟାୟ ଅପେକ୍ଷାରେ ପିହୁ, ପରୀ, ଉଲ୍ଲାସ, ଦିପ୍ତୀକାନ୍ତ ଓ ଅମୟତ ଦାସଙ୍କ ପରିବାର। ନ୍ୟାୟ ପାଇଁ ଲଡେଇ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଛନ୍ତି ତାଙ୍କ ଦୁଃଖ। 

ବହୁଚର୍ଚ୍ଚିତ ସନସାଇନ୍ ସ୍କୁଲ ପ୍ରିନସପାଲ୍ ମମିତା ମେହେରଙ୍କ ହତ୍ୟା ଏବେ ବି ସନ୍ଦେହ ଘେରରେ। ଅଭିଯୁକ୍ତ ଗୋବିନ୍ଦସାହୁର ମୃତ୍ୟୁ ରହସ୍ୟରୁ ହଟୁନି ପର୍ଦ୍ଦା । ବିଜେଡି ବିଧାୟକ ଦିବ୍ୟ ଶଙ୍କର ମିଶ୍ର ସନ୍ଦେହ ଘେରରେ। ପୁଣି ସିବିଆଇ ତଦନ୍ତ ଦାବି ଜୋର ଧରିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post