ପୁଣି ବିବାଦରେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ


 

ଅର୍ଗସ ବ୍ୟୁରୋ: ଧର୍ମଶାଳା ଭବନ। ବଲେବଲେ ଢାବା। ଆଉ ବଲେବଲେ ଢାବାରେ ଚାଲିଥିଲା ଖଟିଆ ସେବା । ଖଟିଆ ସେବାରେ ଆପ୍ୟାୟିତ ହେଉଥିଲେ ବଡବଡ ବିଧାୟକ, ମନ୍ତ୍ରୀ, ରାଜନେତା ଓ ମାଫିଆ । ବିଧାୟକ ଓ ସାଂସଦଙ୍କ ଲ୍ୟାଡ୍ ପଣ୍ଡରେ ନିର୍ମାଣ ହୋଇଥିଲା ଢାବା। ଆଉ ଢାବାରେ ଚାଲିଥିଲା ବଡ କେଳାଙ୍କାରୀ । ଧର୍ମଶାଳାରେ ଏପରି ଅଭିଯୋଗ ପରେ ଏବେ ଆକ୍ସନ ମୁଡରେ ଧର୍ମଶାଳାର ନୂତନ ବିଧାୟକ ହିମାଶୁଂ ଶେଖର ସାହୁ ।  ଆଉ ବିଧାୟକଙ୍କ ନିର୍ଦ୍ଦେଶ ପରେ ବଲେବଲେ ଢାବାରେ ବ୍ଲକ ପ୍ରଶାସନ ଲଗାଇଛି ନୋଟିସ୍ । ସେପଟେ ବିଧାୟକ କହିଛନ୍ତି ଧର୍ମଶାଳାରେ ଚାଲିଥିବା ଜନବିରୋଧୀ କାମରେ ଲାଗିବ ରୋକ୍ । ଏବେ ଲୋକେ ପାଇବେ ସୁଶାସନ । 

ସେପଟେ ଧର୍ମଶାଳା ଭବନ ଓ ବଲେବଲେ ଢାବାରେ ଚାଲିଥିବା ଅନୈତିକ କାମ । ଏପରି ଅଭିଯୋଗ ଆଣି ବର୍ଷିଛନ୍ତି ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେଉରା । ଆଉ ଏହି ଘଟଣାରେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଭୂମିକାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।  ଆଉ ଦସ୍ତାବିଜ ଥୋଇ ସିଧାସିଧା 30 ବର୍ଷ ଧରି ଧର୍ମଶାଳାରେ ଚାଲିଥିବା କେଳାଙ୍କାରୀର ସାମ୍ରାଜ୍ୟ ଉପରେ କରିଛନ୍ତି ହମଲା । ଆଉ ବିଧାୟକଙ୍କ ଖାସ୍ ଅନୁଗତକୁ ବଲେବଲେ ଢାବା ଦିଆଯାଇଥିବାର ସେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ଆଉ ଏକ ଢାବାରେ ଏମଏଲଏ ଓ ଏମପି ଲ୍ୟାଡ ପଣ୍ଡ କେମିତି ଲାଗିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଆଉ ବିଜେଡିକୁ କରିଛନ୍ତି ନିଶାନା। 

ଗୋଟିଏ ପଟେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନରେ ରଙ୍ଗଶାଳା, ମଧୁଶାଳା, ଖଟିଆ ସେବା ପରି ଅଭିଯୋଗ ବିଜେପି ଆଣିଥିବା ବେଳେ ଏବେ ପୁଣି ବିବାଦକୁ ଆସିଛି ଧର୍ମଶାଳା ଭବନ । ଆଉ ଧର୍ମଶାଳା ଭବନରେ ଚାଲିଥିବା ଅନୈତିକ କାର୍ଯ୍ୟର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସାଧାରଣରେ ଦାବି ହୋଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post