ପ୍ରଥମ ଦଳ ଭାବେ ଫାଇନାଲରେ ଜାଗା ପକ୍କା କଲା ଦକ୍ଷିଣ ଆଫ୍ରିକା

 ନୂଆଦିଲ୍ଲୀ : ଟି-20 ବିଶ୍ବକପ ଦ୍ବିତୀୟ ସେମି ଫାଇନାଲ୍ । ପ୍ରଥମ ଦଳ ଭାବେ ଫାଇନାଲରେ ଜାଗା ପକ୍କା କଲା ଦକ୍ଷିଣ ଆଫ୍ରିକା । ଆଫଗାନିସ୍ତାନକୁ 9 ୱିକେଟରେ ହରାଇ ଫାଇନାଲରେ ପ୍ରବେଶ । 8.5 ଓଭରରେ ଟାର୍ଗେଟ ପୂରଣ କରି ନେଲା ସାଉଥ ଆଫ୍ରିକା। ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ମାତ୍ର 56 ରନ୍ କରିଥିଲା ।  ଫାଇନାଲରେ ପ୍ରବେଶ କରି ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା । କୌଣସି ବିଶ୍ବକପରେ ପ୍ରଥମ ଥର ଫାଇନାଲକୁ ଗଲା ଦ. ଆଫ୍ରିକା । ସେପଟେ ଆଜି ରାତି 8ରେ ଇଂଲଣ୍ଡକୁ ଭେଟିବ ଟିମ ଇଣ୍ଡିଆ ।  

 ତିନିଦାଦର ତରୋବାର ବ୍ରିୟାନ ଲାରା ଷ୍ଟାଡ଼ିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ୍ ଜିତିବା ପରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା, ଯାହା ଭୁଲ ପ୍ରମାଣିତ ହୋଇଥିଲା। ଦକ୍ଷିଣ ଆଫ୍ରିକାର ଘାତକ ବୋଲିଂ ସାମ୍ନାରେ ଆଫଗାନିସ୍ତାନର ବ୍ୟାଟ୍ସମ୍ୟାନମାନେ କ୍ରିଜରେ ଅଧିକ ସମୟ ରହିପାରି ନ ଥିଲେ। ପାୱାର ପ୍ଲେରେ ଆଫଗାନିସ୍ତାନ ୫ ୱିକେଟ୍ ହରାଇଥିଲା। ଯାହା ପରେ ଟି-୨୦ ବିଶ୍ୱକପ ଇତିହାସରେ ଆଫଗାନିସ୍ତାନ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛି । 

ଅଧିକ ପଢନ୍ତୁ କ୍ରୀଡା ଖବର 


Post a Comment (0)
Previous Post Next Post