କଙ୍ଗନା ରଣାୱତଙ୍କ ‘ଏମରଜେନ୍ସି’ ଏହି ଦିନ ହେବ ରିଲିଜ

 ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଫିଲ୍ମ ଏମରଜେନ୍ସିକୁ ଫ୍ୟାନ୍ସ ବହୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହି ଫିଲ୍ମର ରିଲିଜ ଡେଟ ଅନେକ ଥର ବଦଳିସାରିଛି । ବର୍ତ୍ତମାନ ଅଭିନେତ୍ରୀ ନୂଆ ପୋଷ୍ଟର ସେୟାର କରି ଫିଲ୍ମର କନଫର୍ମ ରିଲିଜ ଡେଟ ବିଷୟରେ ଖୁଲାସା କରିଛନ୍ତି । ତେବେ ବର୍ତ୍ତମାନ କେବଳ ଅପେକ୍ଷା ରିଲିଜ ଦିନକୁ ।

କଙ୍ଗନା ରଣାୱତଙ୍କ ଇମରଜେନ୍ସି ପ୍ରଥମେ ୧୪ ଜୁନରେ ସିନେମାଘରେ ରିଲିଜ ହେବ । ହେଲେ ମେ ମାସରେ ମେକର୍ସ ଷ୍ଟେଟମେଣ୍ଟ ସେୟାର କରି କହିଥିଲେ ଯେ, ଏହାକୁ ପୋଷ୍ଟପୋନ କରାଯିବ। ପୋଷ୍ଟପୋନ କରିବା ପରେ ଫିଲ୍ମର ନୂଆ ତାରିଖ ନୂଆ ପୋଷ୍ଟର ସହ ସେୟାର କରାଯାଇଛି ।

କଙ୍ଗନା ରଣାୱତଙ୍କ ଏମର୍ଜେନ୍ସି ୬ ସେପ୍ଟେମ୍ବରରେ ସିନେମାଘରେ ରିଲିଜ ହେବ । କଙ୍ଗନା ଫିଲ୍ମର ନୂଆ ପୋଷ୍ଟର ସେୟାର କରି ଲେଖିଛନ୍ତି ଯେ, ସ୍ୱତନ୍ତ୍ର ଭାରତର ସବୁଠାରୁ କଳା ଅଧ୍ୟାୟର ୫୦ ବର୍ଷ ଆରମ୍ଭ । କଙ୍ଗନା ରଣାୱତଙ୍କ ଏମରଜେନ୍ସି ୬ ସେପ୍ଟେମ୍ବର ୨୦୨୪ରେ ଫିଲ୍ମ ହଲରେ ରିଲିଜ ହେବ । ନୂଆ ପୋଷ୍ଟର ଦେଖିବା ପରେ ଫ୍ୟାନ୍ସ ଏଥିରେ ବହୁ ପରିମାଣରେ କମେଣ୍ଟ କରିଛନ୍ତି। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 


Post a Comment (0)
Previous Post Next Post