ନବୀନଙ୍କ ଲୋକପ୍ରିୟତା ଉପରେ ଭାରି ପଡ଼ିଲା କି ପାଣ୍ଡିଆନଙ୍କ ଅପ୍ରିୟତା ?


 

ଅର୍ଗସ ବ୍ୟୁରୋ: ଏଗଜିଟ୍ ପୋଲର ଘମାସାନ ଭିତରେ 4 ତାରିଖର ଏଗଜାଟ୍ ପୋଲକୁ ଅପେକ୍ଷା। ତେବେ ଏଗଜିଟ୍ ପୋଲ ସଂକେତ ସଂକେତରେ ଓଡ଼ିଶାରେ ଜୟ ପାରଜୟ କାହାଣୀ କହିବା ପରେ ପୁଣି ବିବାଦରେ କେନ୍ଦ୍ରବିନ୍ଦୁରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍।ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍। ପାଞ୍ଚ ପାଞ୍ଚ ପାଳିର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନପ୍ରିୟତା ଓ ପ୍ରତିଷ୍ଠାରେ ଗ୍ରହଣ ଲାଗୁଥିବାର ମିଳିଛି ପ୍ରାକ୍ ସୂଚନା। ଚଳିତ ନିର୍ବାଚନ ହୋଇଥିଲା କି ନବୀନଙ୍କ ଜନପ୍ରିୟତା ବନାମ ପାଣ୍ଡିଆନଙ୍କ ଅପ୍ରିୟତା ମଧ୍ୟରେ ଲଢେଇ ?

25 ବର୍ଷ କ୍ଷମତାରେ ଥିବା ବିଜେଡି ମୁଖିଆ କାଁ ଭାଁ ନିର୍ବାଚନ ପ୍ରଚାରକୁ ବାହାରିଥିଲେ। ବିଜେଡି କ୍ୟାମ୍ପେନର ମଙ୍ଗ ଥିଲା କେବଳ ଓ କେବଳ ପାଣ୍ଡିଆନଙ୍କ ହାତରେ। ଶାସକ ଦଳର ଷ୍ଟାର ପ୍ରଚାରକ ନମ୍ବର ୱାନ ଓ ନମ୍ବର ଟୁ ପରେ  ବାକି 38 ଷ୍ଟାର ପ୍ରଚାରକ ଥିଲେ ମଇଦାନରୁ ଉଭାନ୍। ପ୍ରଚାରରେ ପାଣ୍ଡିଆନଙ୍କର ଏକାଧିପତ୍ୟ ବିଜେପିକୁ ଫାଇଦା ପହଞ୍ଚାଇବ ବୋଲି ପୂର୍ବରୁ ସୂଚନା ଦେଇସାରିଥିଲେ ବରିଷ୍ଠ ସାମ୍ବାକିର ରୁବେନ୍ ବାନାର୍ଜୀ। ଯାହାର ପ୍ରତିଫ ଦେଖଇବାକୁ ମିଳିଛି ଏଗଜିଟ୍ ପୋଲରେ।

ବିରୋଧୀ ଅଭିଯୋଗ କରିଥିଲେ ଏଥର ନବୀନଙ୍କ ନାଁରେ ନିର୍ବାଚନ ଲଢି ମୁଖ୍ୟମନ୍ତ୍ରୀ ହେବାର ଷଡ଼ଯନ୍ତ୍ର ଚରିଥିଲେ ପାଣ୍ଡିଆନ। ଯାହା ଓଡ଼ିଶା ରାଜନୀତିରେ ସୃଷ୍ଟି କରିଥିଲା ବିତର୍କ, ବିରୋଧ ଓ କୌତୁହଳ। ଓଡ଼ିଆ ଜାଣିନଥିବା ନବୀନ ଯଦି ଓଡ଼ିଶା ଇତିହାସର ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ତାହାଲେ ଜଣେ ତାମିଲ ଜନ୍ମିତ ବ୍ୟକ୍ତିଙ୍କୁ ଓଡ଼ିଆ ଲୋକ ଗ୍ରହଣ କରିବାରେ ସମସ୍ୟା ରହିବନି ବୋଲି ଧରି ନେଇଥିଲେ ପାଣ୍ଡିଆନ୍। ଏଗଜିଟ୍ ପୋଲର ଫଳ ପାଣ୍ଡିଆନଙ୍କ ଆକଳନକୁ କରିଦେଲା କି ଓଲଟ ପାଲଟ ?

ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀ କହିଥିଲେ ପାଣ୍ଡିଆନଙ୍କ ଯୋଗୁଁ ବିଜେଡି କମିବନି ବହୁତ କମିବ। ପାଣ୍ଡିଆନଙ୍କୁ ଲୋକ ନିଜର ଭାବୁନାହାନ୍ତି ଇଏ କିଏ ନିଜକୁ ଓଡ଼ିଆଙ୍କ ଉପରେ ଥୋପି ଦେଉଛି ସେଥିପାଇଁ ଲୋକଙ୍କ ମନରେ ଥିବା କ୍ଷୋଭ ଏଗଜିଟପୋଲରେ ହୋଇଛି କି ପ୍ରତିଫଳିତ। ପାଣ୍ଡିଆନଙ୍କ ପ୍ରତି ଜନବିରୋଧର ସୁଯୋଗ ନେଇ ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରିଥିଲା ବିଜେପି। ନବୀନଙ୍କ ଚେହେରାରେ ବିଜେଡି ଜିତିଥିଲା 5 ଥର। ହେଲେ ଷଷ୍ଠ ପାଳିରେ ପାଣ୍ଡିଆନଙ୍କ ପ୍ରତି ନବୀନଙ୍କ ଅହେତୁକ ଦୁର୍ବଳତା ବିଜେଡିକୁ ପଡ଼ିବକି ମହଙ୍ଗା ?

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Post a Comment (0)
Previous Post Next Post