ଅର୍ଗସ ବ୍ୟୁରୋ: କଡ଼ା ସୁରକ୍ଷା ବଳୟରେ ସଂସଦ ଭବନ । ଆଜିଠାରୁ ୧୮ତମ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । 27 ଜୁନରୁ ଆରମ୍ଭ ହେବ ରାଜ୍ୟସଭା ଅଧିବେଶନ । ଚଳିତବର୍ଷ 2 ହଜାର 5 ଶହ CISFଙ୍କୁ ସଂସଦ ସୁରକ୍ଷା ଦାୟିତ୍ବରେ ନିୟୋଜିତ କରାଯାଇଛି । ସଂସଦ ସୁରକ୍ଷାରେ ପ୍ରଥମ ଥର ପାଇଁ CISF ଯବାନଙ୍କୁ ନିୟୋଜିତ କରାଯାଇଛି । ନୂଆ ସଂସଦ ଭବନରେ ବହୁ ସ୍ତରୀୟ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ନବନିର୍ବାଚିତ ସାଂସଦମାନେ ଶପଥ ନେବେ। ଏହାପରେ ବାଚସ୍ପତି ନିର୍ବାଚନ ହେବ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ମିଳିତ ଅଧିବେଶନରେ ଉଦବୋଧନ ଦେବେ। ଲୋକସଭା ନିର୍ବାଚନ ସରିବା ପରେ ୧୮ତମ ଲୋକସଭାରେ ଏହା ହେବ ପ୍ରଥମ ଲୋକସଭା ଅଧିବେଶନ।
ଅଧିକ ପଢ଼ନ୍ତୁ ଦେଶ ଖବର:
