NEET ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ



 ନୂଆଦିଲ୍ଲୀ :  NEET ମାମଲାରେ ଆକ୍ସନ ମୋଡରେ କେନ୍ଦ୍ର ସରକାର । ବଦଳିଲେ NTA ମହାନିର୍ଦ୍ଦେଶକ । NTAରେ ସୁଧାର ପାଇଁ ଶିକ୍ଷାମନ୍ତ୍ରାଳୟ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠିତ । ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ତଦନ୍ତ ଆରମ୍ଭ ସହ ଫୌଜଦାରୀ ମାମଲା ରୁଜ୍ଜୁ କଲା CB । ସତର୍କତା ମୂଳକ ଭାବେ NEET- PG ଓ CSIR-UGC-NET ବି ସ୍ଥଗିତ ରଖିଲେ ସରକାର । ଶିକ୍ଷାମନ୍ତ୍ରୀ କହିଲେ- ଟ୍ରାନ୍ସପରେନ୍ସୀ, ଟ୍ୟାମ୍ପର ଫ୍ରି ଓ ଜିରୋ-ଏରର ଏଗଜାମ୍ କରାଇବା ଆମ ପ୍ରତିବଦ୍ଧତା ।  NEET ୟୁଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଓ ଗଡ଼ବଡ଼ି ସାମ୍ନାକୁ ଆସିବା ପରେ ଆକ୍ସନ ମୋଡରେ କେନ୍ଦ୍ର ସରକାର। ନିଟ୍ ବ୍ୟବସ୍ଥାକୁ ସମ୍ପର୍ଣ୍ଣ କ୍ଲିନ୍ କରିବା ସହ ପରୀକ୍ଷାର୍ଥୀଙ୍କ ଭରସ ଜିତିବାକୁ ପୂରା ଜୋର ଲଗାଇଦେଇଛି କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ। ଏନେଇ ଗୋଟିଏ ପରେ ଗୋଟେ ବଡ଼ ନିଷ୍ପତ୍ତି ନେଇ ଚାଲିଛନ୍ତି କେନ୍ଦ୍ର ସରକାର। 

ନିଷ୍ପତ୍ତି 1
 NEET- UG ପରୀକ୍ଷାରେ ଗଡ଼ବଡ଼ିର ଯାଞ୍ଚ କରିବ ସିବିଆଇ। ପ୍ରଶ୍ନପତ୍ର ପ୍ରଘଟ ଓ ଗଡବଡ଼ିର ବିସ୍ତୁତ ତଦନ୍ତ ସହ ଅପରାଧର ଚେର ଖୋଜି ବାହର କରିବ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍। 

ନିଷ୍ପତ୍ତି 2
  NTA ଡିଜି ସୁବୋଧ କୁମାରଙ୍କୁ ଦାୟିତ୍ବରୁ ହଟାଗଲା। NEET- UG ପ୍ରଶ୍ନପତ୍ର ପ୍ରଘଟ ମାମଲାରେ NTA ଡିଜିଙ୍କୁ ହଟାଇ ବଡ଼ ଆକ୍ସନ ନେଇ ଶିକ୍ଷା ମନ୍ତ୍ରାଳୟ। ପ୍ରଦୀପ ସିଂ ଖରୋଲା ହେବେ NTAର ପରବର୍ତ୍ତି ଡିଜି। 

ନିଷ୍ପତ୍ତି 3
  NEET- PG ଓ CSIR-UGC-NET ସ୍ଥଗିତ। ଆଗକୁ ଅନ୍ୟ କୌଣସି ଗଡ଼ବଡ଼ି ଯେପରି ନହୁଏ ସେଥିପାଇଁ ସତର୍କତା ମୂଳକ ପଦକ୍ଷେପ ସ୍ବରୂପ। ଏହି ଦୁଇ ପରୀକ୍ଷାକୁ ମଧ୍ୟ ସ୍ଥଗିତ କରିଦିଆଯାଇଛି 

ନିଷ୍ପତ୍ତି ନମ୍ବର 4
 NTAରେ ସୁଧାର ପାଇଁ ଉଚ୍ଚସ୍ତରୀୟ କମିଟି ଗଠିତ। ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡକ୍ଟର କେ. ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ। 7 ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ଏହି ହାଇ ଲେଭଲ କମିଟି 2 ମାସ ମଧ୍ୟରେ ଶିକ୍ଷା ମନ୍ତ୍ରାଳୟକୁ ଦେବ ରିପୋର୍ଟ। 
 ଦେଶବ୍ୟାପୀ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଓ ବିରୋଧୀଙ୍କ ଆଟାକ୍ ମଧ୍ୟରେ ଜବାବ ରଖିବାକୁ ସାମ୍ନାକୁ ଆସିଥିଲେ ଖୋଦ୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପରୀକ୍ଷାର୍ଥୀଙ୍କ ହିତ ସହ କୌଣସି ସାଲିସ କରାଯିବ ନାହିଁ ବୋଲି ଦେଇଥିଲେ ଭରସା। 

ଟ୍ରାନ୍ସପରେନ୍ସୀ, ଟ୍ୟାମ୍ପର ଫ୍ରି ଓ ଜିରୋ-ଏରର ଏଗଜାମ୍ କରାଇବା ଏକ ପ୍ରତିବଦ୍ଧତା। ଛାତ୍ରଛାତ୍ରୀଙ୍କ ହିତ ଓ ସେମାନଙ୍କ ଉଜ୍ବଳ ଭବିଷ୍ୟତ ସର୍ବଦା ଆମ ସରକାରର ସର୍ବୋଚ୍ଚ ପ୍ରଥମିକତା ରହିବ। ଏକ୍ସରେ ପୋଷ୍ଟ ମାଧ୍ୟମରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ
 ସେହିପରି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବୀୟ ଏକ୍ସରେ ପୋଷ୍ଟ କରିଛନ୍ତି ପେପର ଲିକ୍ ର୍ୟାକେଟର ତାର କଂଗ୍ରେସର ସହଯୋଗୀ ଦଳ ଆରଜେଡି ସହ ଯୋଡ଼ିହୋଇଛି। ସେମାନଙ୍କ କୁକର୍ମକୁ ପରଦା ଘୋଡ଼ାଇବା ପାଇଁ ପ୍ରିୟଙ୍କା ବାଡ୍ରା ଫେକ୍ ଭିଡିଓ ଟ୍ବିଟ୍ କରୁଛନ୍ତି। କିଛି ପରୀକ୍ଷାକୁ ଏଥିପାଇଁ ସ୍ଥଗିତ କରାଯାଇଛି ଯାହାଫଳରେ ବିରୋଧୀ ଦଳ ଦେଶ ଓ ଛାତ୍ରଛାତ୍ରୀଙ୍କ ବିରୋଧରେ ରଚିଥିବା ନିଜ ଷଡ଼ଯନ୍ତ୍ରରେ ସଫଳ ହେବେ ନାହିଁ।   ସେପଟେ ଆଜି 1563 ଛାତ୍ରଛାତ୍ରୀଙ୍କ ପାଇଁ 6ଟି ସହରରେ NEET- UG ପରୀକ୍ଷା ଆୟୋଜନ କରାଯାଇଛି। NEET 2024 ପୂନଃ ପରୀକ୍ଷାରେ କେବଳ ସେହି 1563 ପରୀକ୍ଷାର୍ଥୀ ସାମିଲେ ହୋଇଛନ୍ତି ଯେଉଁମାନଙ୍କୁ ଗ୍ରେସ ମାର୍କ ମିଳିଥିଲା। ସୁପ୍ରିମକୋର୍ଟଙ୍କ ଫୈସଲା ପରେ NTA ଏହି ପ୍ରାର୍ଥୀଙ୍କର ସ୍କୋର କାର୍ଡ ରଦ୍ଦ କରିଦେଇଥିଲା। ସେପଟେ  NEET-UG ଅନିୟମିତତା ନେଇ ତଦନ୍ତ ଆରମ୍ଭ କରିଛି CBI । ଏନେଇ ଏକ ଫୌଜଦାରୀ ମାମଲା ରୁଜ୍ଜୁ କରାଯାଇଛି। ଏଥିସହ ତଦନ୍ତ ପାଇଁ ପାଟନା ଓ ଗୋଧ୍ରା ଯାଇଛି CBIର ସ୍ଵତନ୍ତ୍ର ଟିମ୍।

Post a Comment (0)
Previous Post Next Post